ବୌଦ୍ଧଜିଲ୍ଲା ନଗରମଣ୍ଡଳ ୧୦ର କାର୍ଯ୍ୟକାରିଣୀ ବୈଠକ

0 209

ବୌଦ୍ଧ,୨୫/୮- ବୌଦ୍ଧଜିଲ୍ଲା ନଗରମଣ୍ଡଳ ୧୦ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ବ୍ୟୋମକେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି ଯୋଗଦେଇ ଦଳର ନୀତି ଆଦର୍ଶ ଓ ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକାରିଣୀ ବୈଠକରେ ସାତଗୋଟି ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରାଯାଇ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା । ବିଶେଷକରି ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୭ ଗୋଟି ୱାର୍ଡରେ ପରିମଳ ବ୍ୟବସ୍ଥା ଶୋଚନୀୟ, ପାନୀୟଜଳ ଯୋଗାଣରେ ଘୋର ଅଭାବ , ରାସ୍ତା ଘାଟ ମରାମତିରେ ବ୍ୟାପକ ଦୁର୍ନୀତି ଓ ପ୍ରିୟାପ୍ରୀତି, ଟ୍ରାଫିକ୍‌ ସମସ୍ୟା , ବୌଦ୍ଧ ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଯେହେତୁ ଲୋକପ୍ରତିନିଧି ସ୍ୱାୟତ୍ତ ଶାସନ ୩ ବର୍ଷ ହେଲା ବଞ୍ଚିତ ହୋଇଛନ୍ତି ନିର୍ବାଚିତ ପ୍ରତିନିଧି ନଥିବା ଯୋଗୁଁ ସହର ଭିତରେ ଅସ୍ୱାସ୍ଥ୍ୟକର ପରିବେଶରେ ଜନସାଧାରଣଙ୍କୁ ବହୁ ଅସୁବିଧା ସମ୍ମୁଖିନ ହେବାକୁ ପଡୁଛି । ମଣ୍ଡଳ କାର୍ଯ୍ୟକାରିଣୀ ୬୧ ଜଣିଆ ସଦସ୍ୟ ଯୋଗଦେଇ ଆଗାମୀ ଦିନରେ ଲୋକଙ୍କ ପାଖରେ ପହଞ୍ଚି ତାଙ୍କର ସବୁ ସମସ୍ୟା କିପରି ଦୂର ହୋଇପାରିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନିଜନିଜ ୱାର୍ଡ଼ରେ ଘରକୁ ଘର ବୁଲି ସମାଧାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ମଣ୍ଡଳ ପ୍ରଭାରୀ ମନୋରଞ୍ଜନ ଦାସ, ବରିଷ୍ଠ ସାଧାରଣ ସମ୍ପାଦକ ସତ୍ୟାନନ୍ଦ ପାଣ୍ଡେ, ତାପସ କୁମାର ପଟ୍ଟନାୟକ , ବରିଷ୍ଠନେତା ମାଗୁଣି ଗାଈଗୌରିଆ, ଶ୍ୟାମ ସୁନ୍ଦର ପୁରୋହିତ, ପ୍ରେମାନନ୍ଦ ମିଶ୍ର, ରବି କୁମାର ଦେହୁରୀ, ମଣ୍ଡଳ ସାଧାରଣ ସମ୍ପାଦକ ବିରେନ୍ଦ୍ର ସାହୁ, ଦିଲ୍ଲୀପ ଶତପଥୀ, ଶିବାନନ୍ଦ ନାଇକ, ଦେବଦତ୍ତ ଦଲାଲ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମିନାରାଣୀ ମିଶ୍ର ,ଶ୍ରୀମତି ନମିତା ରାଣୀ ଦାସ, ଶ୍ରୀମତି ସ୍ୱର୍ଣ୍ଣମୟୀ ପ୍ରଧାନ, ମିଶନ ଶକ୍ତି ଓ ମହିଳାମାନଙ୍କୁ ଏକତ୍ରୀତକରି ନଗର ପ୍ରତ୍ୟେକ ୱାର୍ଡରେ ମହିଳା ମାନଙ୍କୁ ସାଙ୍ଗରେ ନେଇ କାର୍ଯ୍ୟକ୍ରମ କରିବାପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନଗରର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ରହି ନିଜ ୱାର୍ଡ ଉପରେ ମତାମତ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

10 − 7 =