କୋହଲି ନିଜର ଗର୍ବ ଅହଂକାର ପକେଟରେ ରଖନ୍ତୁ, କହିଲେ ଏହି ପୂର୍ବତନ କ୍ରିକେଟର

0 542

ନୂଆଦିଲ୍ଲୀ : ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଖରାପ ଫର୍ମ ଜାରି ରହିଛି । ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜର ତୃତୀୟ ମ୍ୟାଚରେ ମାତ୍ର ୭ ରନ୍ କରି ଆଉଟ ହୋଇଥିଲେ । ସେ ଜେମ୍ସ ଆଣ୍ଡରସନଙ୍କ ବଲରେ ଜସ୍ ବଟଲରଙ୍କ ହାତରେ ଧରା ପଡିଥିଲେ ।

hiring

ତେବେ ଲର୍ଡସ୍ ଟେଷ୍ଟ ପୂର୍ବରୁ କୋହଲି କହିଥିଲେ ଯେ, ଘରୋଇ ମାଟିରେ ନିଜର ଗର୍ବ ଓ ଅହଂକାରକୁ ପକେଟରେ ରଖିବାକୁ ହେବ । ଏବେ ପୂର୍ବତନ ଭାରତୀୟ କ୍ରିକେଟର ମନିନ୍ଦର ସିଂ କୋହଲିଙ୍କୁ ସେ ନିଜେ ଦେଇଥିବା ପରାମର୍ଶ ମନେ ପକାଇ ଦେଇଛନ୍ତି । ମନିନ୍ଦର କହିଛନ୍ତି ଯେ, କୋହଲି ନିଜ ଜିଦ୍ ଛାଡି କ୍ରିଜରେ ଅତିରିକ୍ତ ସମୟ ବିତାଇବା ଆବଶ୍ୟକ । ଯଦି ବିରାଟ ଚାପରେ ଖେଳିବାକୁ ଚାହାଁନ୍ତି ତାହାଲେ ସବୁଠୁ ସମାନ ପିଚ୍ ମିଳେନାହିଁ । ପୂର୍ବଥର ବିରାଟଙ୍କ ଇଂଲଣ୍ଡ ଗସ୍ତରେ ତାଙ୍କ ବ୍ୟାଟରୁ ୬୦୦ରୁ ଅଧିକ ରନ୍ ବାହାରିଥିଲା । ସେଟ୍ ହେଲା ପରେ ହିଁ ଭଲ ସଟ୍ ବାହାରିଥାଏ ।

ସେ ଆହୁରି କହିଛନ୍ତି ଯେ, ଭାରତୀୟ ପିଚରେ ଗୋଡ ଆଗକୁ ବାହାର କରି ସଟ୍ ଖେଳିହେବ । କୋହଲିଙ୍କୁ ଅଧିକ ଅଭ୍ୟାସ କରିବ ଦରକାର । ଗର୍ବ ଓ ଅହଂକାରକୁ ନିଜ ପାଖରେ ରଖିବା ଆବଶ୍ୟକ । କୋହଲି ବାରମ୍ବାର ଗୋଟିଏ ଭୁଲ ଦୋହରାଇଥାନ୍ତି । ସେ ନିଜ ଶରୀରରୁ ଦୂରରେ ଖେଳୁଛନ୍ତି । ତେଣୁ ଭୁଲ ସଟ୍ ଖେଳି ଆଉଟ୍ ହେଉଥିବା ମନିନ୍ଦର କହିଛନ୍ତି ।

hiranchal ad1
Leave A Reply

Your email address will not be published.

one + fourteen =