ବୌଦ୍ଧ,୨୭/୮- ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ମଞ୍ଜୁର ହୋଇଥିବା ମାଗଣା ଲାପଟପ୍ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ରଙ୍କ କରକମଳରେ ଯୁକ୍ତ ୩ ଏବଂ ତଦୁର୍ଦ୍ଧ ଶ୍ରେଣୀରେ ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟୟନରତ ଦୃଷ୍ଟିବାଧିତ ୪ଜଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଉଚ୍ଚ ଶିକ୍ଷାରେ ଉନ୍ନତି ନିମନ୍ତେ ପ୍ରଦାନ କରିଥିଲେ । ସେମାନେ ହେଲେ ଭୈରବୀ ମହାବିଦ୍ୟାଳୟ ପୁରୁଣାକଟକର ଛାତ୍ରୀ ସୁନନ୍ଦା କାଲଟା, ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ଭୁବନେଶ୍ୱରରେ ଅଧ୍ୟୟନରତ ମଧୁସ୍ମିତା ମଲ୍ଲିକ, ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀ ସୁଚିତ୍ରା ପ୍ରଧାନ, ରେଭେନସା ବିଶ୍ୱ ବିଦ୍ୟାଳୟ କଟକରେ ଅଧ୍ୟୟନରତ ଛାତ୍ର ଶଙ୍କର୍ଷଣ ବାଘ । ପ୍ରକାଶଥାଉକି ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କୁ ଉଚ୍ଚଶିକ୍ଷାରେ ଉନ୍ନତି ଓ ପ୍ରୋତ୍ସାହନ ଦେବା ନିମନ୍ତେ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ସରକାର ୨୦୧୩-୧୪ ମସିହାରେ ଏହି ଯୋଜନା ଆରମ୍ଭ କରିଥିଲେ । ଅଦ୍ୟାବଧି ବୌଦ୍ଧଜିଲ୍ଲାର ମୋଟ ୧୪ଜଣ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ଉକ୍ତ ଯୋଜନାରେ ଲାପଟପ୍ ପାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ଭାରପ୍ରାପ୍ତ) ତଥା ଉପ-ଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରବୀନ୍ଦ୍ର କୁମାର ରାଉତ, ସିଡବ୍ଲୁସି ଅଧ୍ୟକ୍ଷ ସାକ୍ଷୀଗୋପାଳ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇ, ଜିଲ୍ଲା ନିୟୋଜନ ଅଧିକାରୀ ସୁଶାନ୍ତ କୁମାର ନାଏକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଆର. ପ୍ରଧାନ, ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଆଦିପତି କହଁର ଏବଂ ସମସ୍ତ ସିଡିପିଓ ପ୍ରମୁଖ ଉପସ୍ଥିତ ଥିଲେ ।