ବୌଦ୍ଧ,୨୭/୮- ଆଜି ସନ୍ଧ୍ୟା ୫ ଘଣ୍ଟା ସମୟ ରେ ବୌଦ୍ଧ ଜିଲ୍ଲା ସାମ୍ବାଦିକ ଫୋରମ କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରେସ କ୍ଳବ ଦ୍ୱାରା ଦିବଙ୍ଗତ ସାମ୍ବାଦିକ କପିଳେଶ୍ୱର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଏକ ଶୋକସଭା ଆୟୋଜିତ ହୋଇଯାଇଛି । ଏହି ସଭାରେ ପ୍ରେସକ୍ଲବର ସଭାପତି ବରୋଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ସ୍ୱର୍ଗତ ଆତ୍ମାର ସଦଗତି କାମନା ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । କ୍ଳବର ଆବାହକ ଯୁଗଳ କିଶୋର ସାମଲ, ମାର୍ଗଦର୍ଶକ ପ୍ରଦୋଷ ମିଶ୍ର, ସାଧାରଣ ସମ୍ପାଦକ ରଘୁନାଥ ଷଡ଼ଙ୍ଗୀ, ସଂଜୀବ କୁମାର ମହାକୁଳ, ଉପ-ସଭାପତି ସମରେଶ ମିଶ୍ର ପ୍ରମୁଖ ଅମର ଆତ୍ମାଙ୍କ ସ୍ମୃତି ଚାରଣ କରିଥିଲେ । ଶେଷରେ ସମ୍ପାଦକ ଦୁର୍ଯ୍ୟୋଧନ ବିଶି ଉପସ୍ଥିତ ସଦସ୍ୟମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।