ବୌଦ୍ଧଜିଲ୍ଲାରେ ସ୍ୱାଧିନତାର ଅମୃତ ମହୋତ୍ସବ: ପ୍ରତ୍ୟେକ ଦିନ ୩୦ମିନିଟ ଶାରିରୀକ ବ୍ୟାୟାମ ପାଇଁ ସଂକଳ୍ପ ପାଠ

0 144

ବୌଦ୍ଧ,୨୮/୮: ବୌଦ୍ଧଜିଲ୍ଲା ନେହେରୁ ଯୁବକେନ୍ଦ୍ର ପକ୍ଷରୁ କଚେରୀ ଖେଳପଡଆ ଠାରେ ଅମୃତ ମହୋତ୍ସବ ଅବସରରେ ଫିଟ ଇଣ୍ଡିଆ ଫ୍ରିଡମ୍‌ ରନ୍‌ ୨.୦ ଉଦ୍‌ଘାଟନ ହୋଇଯାଇଛି । ଉଦ୍‌ଘାଟକ ଭାବେ ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେର ଯୋଗଦାନ କରି ସଚେତନତାର ବାର୍ତ୍ତା ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ ୩୦ମିନିଟ ଶାରିରୀକ ବ୍ୟାୟାମ ନିଜେ କରିବା ସହିତ ଅନ୍ୟକୁ କରାଇବା ପାଇଁ ସଂକଳ୍ପ ପାଠ କରାଇଥିଲେ । ନେହେରୁ ଯୁବକେନ୍ଦ୍ରର ଜିଲ୍ଲା ଅଧିକାରୀ ବୋକେନ ସିଂଙ୍କ ପରିଚାଳନାରେ ଜିଲ୍ଲାର ସରକାରୀ ଓ ବେସରକାରୀ ଅନୁଷ୍ଠାନର ଯୁବକ ଓ ଯୁବତୀମାନଙ୍କୁ ନେଇ ସହର ଭିତରେ ମାରାଥନ ଦୌଡ ଅନୁଷ୍ଠିତ ହୋଇଥିଲା । ବୌଦ୍ଧ କଚେରୀ ପଡିଆଠାରୁ ଆରମ୍ଭହୋଇ ଏନ୍‌.ଏ.ସି. ଛକ, ଗାନ୍ଧୀଛକ ଓ ପୋଷ୍ଟ ଅଫିସ ଛକ ଦେଇ ପଡିଆରେ ପହଞ୍ଚିଥିଲେ । ଏହି କାର୍ଯ୍ୟକ୍ରମରେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଏନ୍‌.ସି.ସି., ଏନ୍‌.ଏସ୍‌.ଏସ୍‌., ୟୁଥ୍‌ ରେଡକ୍ରସ, ଜୟ ଭୈରବୀ କ୍ଲବ ଓ ନେହେରୁ ଯୁବ କେନ୍ଦ୍ରର ୭୫ଜଣ ଯୁବକ ଯୁବତୀ ଯୋଗଦାନ କରିଥିଲେ ।

hiring

ଏଥିରେ ପୋଲିସ ପ୍ରଶାସନ ପକ୍ଷରୁ ଡି.ଏସ୍‌.ପି., ସହକାରୀ ଜିଲ୍ଲାପାଳ ଅବିନାଶ ପାଣ୍ଡିଆ, ଜିଲ୍ଲା କ୍ରୀଡା ଅଧିକାରୀ ପବିତ୍ର କୁମାର ରାଉତ, ଭାରତ ସରକାରଙ୍କ ଯୁବ ଓ କ୍ରୀଡା ବିଭାଗର ଡି.ଜି ନୋମିନି ଦେବାଶିଷ ପୁରୋହିତ, ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିପ୍ରଚରଣ ମହାନ୍ତି, ଅବସର ପ୍ରାପ୍ତ ଇଂଜିନିୟର ସନ୍ତୋଷ କୁମାର ପୁରୋହିତ, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ପ୍ରତାପ କୁମାର ସାହୁ, ଏନ୍‌.ସି.ସି. ଅଫିସର ଡ. ମହେନ୍ଦ୍ରନାଥ ଦେବତା, ୟୁଥ୍‌ ରେଡକ୍ରସ ଅଧିକାରୀ ପ୍ରବିର କୁମାର ଦାସ, ଏନ୍‌.ଏସ୍‌.ଏସ. ଅଧିକାରୀ ମନୋଜ ପ୍ରମୁଖ ଉପସ୍ଥିତ ରହିଥିଲେ । ବୌଦ୍ଧଜିଲ୍ଲାର ୭୫ଗୋଟି ଗ୍ରାମରେ ଅମୃତ ମହୋତ୍ସବ ପାଳନ କରିବା ପାଇଁ କାର୍ଯ୍ୟକ୍ରମ ଚୂଡାନ୍ତ କରାଯାଇଛି ।

hiranchal ad1
Leave A Reply

Your email address will not be published.

thirteen + one =