କାବୁଲ ବିମାନବନ୍ଦରରେ ଆଉ ଏକ ଆକ୍ରମଣ ହୋଇପାରେ, ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି

0 78

ୱାଶିଂଟନ୍‌:ତାଲିବାନ ଦଖଲ ପରେ ଆଫଗାନିସ୍ତାନରେ ଅବସ୍ଥା ବିଗିଡିବା ମଧ୍ୟରେ ବିଦେଶୀ ନାଗରିକଙ୍କ ସମେତ ସ୍ଥାନୀୟ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଉଦ୍ୟମ ଚାଲିଛି । ଏହି ସମୟରେ ଗୁରୁବାର ଦିନ କାବୁଲ ବିମାନବନ୍ଦରରେ ହୋଇଥିବା ବିସ୍ଫୋରଣରେ ସମଗ୍ର ସହର କମ୍ପି ଉଠିଥିଲା । ଏହି ପରି ଆହୁରି ଆତଙ୍କବାଦୀ ଆକ୍ରମଣ ହେବାର ସମ୍ଭାବନା ଅଛି ବୋଲି ଆମେରିକାର ରାଷ୍ଟ୍ରପତି ଜୋ ବଇଡେନ ଶନିବାର ଚେତାବନୀ ଦେଇଛନ୍ତି । ଆମେରିକାର ସାମରିକ କମାଣ୍ଡୋମାନଙ୍କ ମତରେ କାବୁଲ ବିମାନବନ୍ଦରରେ ଘଟିଥିବା ଆତ୍ମଘାତୀ ବିସ୍ଫୋରଣ ଭଳି ଆଉ ଏକ ଆତଙ୍କବାଦୀ ଆକ୍ରମଣ ଆସନ୍ତା ୨୪-୩୬ ଘଣ୍ଟା ମଧ୍ୟରେ ଘଟିବାର ସମ୍ଭାବନା ରହିଛି ।ଆତଙ୍କବାଦୀ ଆକ୍ରମଣର ସମ୍ଭାବନାକୁ ଦୃଷ୍ଟିରେ ରଖି ଆମେରିକା ମଧ୍ୟ ନାଗରିକମାନଙ୍କୁ କାବୁଲ ବିମାନବନ୍ଦର ଛାଡିବାକୁ କହିଛି ।

hiranchal ad1
Leave A Reply

Your email address will not be published.

17 + fourteen =