ଅନ୍ତର୍ଜାତୀୟ ବିମାନ ଉଡାଣ କଟକଣା ସେପ୍ଟେମ୍ବର ୩୦ ଯାଏଁ ବଢିଲା

0 82

ନୂଆଦିଲ୍ଲୀ: ଘନଉଛି କରୋନାର ତୃତୀୟ ଲହର ଆଶଙ୍କା। ପୁଣି ଦେଶରେ ବଢ଼ୁଛି ସଂକ୍ରମିତ ମାମଲା। ଏବେ ଦୈନିକ ୪୫ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନର ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣାକୁ ଆସନ୍ତା ସେପ୍ଟେମ୍ବର ୩୦ ଯାଏଁ ପୁଣି ବଢ଼ାଇଛନ୍ତି। ନୂଆ ସେଡ୍ୟୁଲ ଅନୁଯାୟୀ ଅନ୍ତର୍ଜାତୀୟ କମର୍ସିଆଲ ଫ୍ଲାଇଟ୍‌ ଉପରେ ରୋକ ଲଗାଯାଇଛି। ଭାରତକୁ ଓ ଭାରତରୁ କମର୍ସିଆଲ ଉଡ଼ାଣ ଉପରେ ରୋକ୍ ଲଗାଯାଇଛି। ତେବେ ଅନ୍ତର୍ଜାତୀୟ କାର୍ଗୋ ବିମାନ ଉଡ଼ାଣ ଉପରେ କୌଣସି ପ୍ରତିବନ୍ଧିକ ନାହିଁ। ସ୍ୱତନ୍ତ୍ର ଭାବେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ଅନୁମତି ମିଳିବ ବୋଲି ଡିଜିସିଏ ଟୁଇଟ୍‌ କରି ସୂଚନା ଦେଇଛି। ଏଥିସହ ଡିଜିସିଏ ଦ୍ୱାରା ସ୍ପେଶାଲ ଅନୁମତି ମିଳିଥିବା ବିମାନ ଉଡାଣ ଉପରେ ମଧ୍ୟ ରୋକ ଲାଗିବ ନାହିଁ ବୋଲି ସୂଚନା ମିଳିଛି।

hiranchal ad1
Leave A Reply

Your email address will not be published.

seventeen + eighteen =