ବୁଡାଗୁଡା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଚୋରି ଉଦ୍ୟମ, ଦୁଇ ସିସିଟିଭି କ୍ୟାମେରା ଭାଙ୍ଗିଲେ ଦୁର୍ବୃତ୍ତ

0 105

ଦାରିଙ୍ଗବାଡି : ଦାରିଙ୍ଗବାଡି ବ୍ଲକ ବୁଡାଗୁଡା ଠାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ପୁଣି ଥରେ ଚୋରି ଉଦ୍ୟମ ହୋଇଛି । ତେବେ ଦୁର୍ବୃତ୍ତମାନେ ଚୋରି କରିବାରେ ସଫଳ ହୋଇ ପାରିନଥିବା ଦେଖିବାକୁ ମିଳିଛି । ବ୍ୟାଙ୍କରେ ଲାଗିଥିବା ୨ଟି ସିସିଟିଭିକୁ ଭାଙ୍ଗି ଦେଇଥିବା ବେଳେ ବ୍ୟାଙ୍କ କାନ୍ଥ ଖୋଳି ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ କିନ୍ତୁ ଦୁର୍ବୁତ୍ତ ମାନେ ସେଥିରେ ସଫଳ ହୋଇପାରିନାହାନ୍ତି । ଏହି ଘଟଣା ଗତ ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଘଟାଇ ଥିବା ବେଳେ ବୁଡାଗୁଡା ଅଞ୍ଚଳରେ ବିଦ୍ୟୁତ ଏବଂ ନେଟୱାର୍କ ସେବା ରହୁ ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି । ରବିବାର ସନ୍ଧ୍ୟାରେ ଗ୍ରାମବାସୀମାନେ ବ୍ୟାଙ୍କର ସିସି ଟିଭି କ୍ୟାମେରା ଭାଙ୍ଗି ଥିବା ଦେଖିବା ପରେ ଏହି ଘଟଣା ବାବଦରେ ଜଣାପଡ଼ିଥିଲା । ତେବେ ଏହି ବ୍ୟାଙ୍କରୁ ଚୋରି ଉଦ୍ୟମ ପ୍ରଥମଥର ନୁହେଁ ଏହା ପୂର୍ବରୁ ମଧ୍ୟ ୨ଥର ଚୋରି ଉଦ୍ୟମ ହୋଇଛି କିନ୍ତୁ ଦୁର୍ବୃତ୍ତମାନେ ସବୁବେଳେ ବିଫଳ ହୋଇଛନ୍ତି । ସୂଚନା ପ୍ରକାରେ ବୁଡାଗୁଡା ଗ୍ରାମ ପଞ୍ଚାୟତର ଏକ ଭଡା ଘରେ ଚାଲିଛି ଉତ୍କଳ ଗ୍ରାମୀଣ ବ୍ୟାଙ୍କ । ବିଦ୍ୟୁତ ଠିକରେ ରହୁନଥିବା ଏବଂ ବାରମ୍ବାର ନେଟୱାର୍କ କଟିଯିବାରୁ ଅନ୍ଧାରର ସୁଯୋଗରେ ବାରମ୍ବାର ଏଭଳି ଘଟଣା ଘଟୁଛି । ପୂର୍ବରୁ ଦୁଇଥର ବ୍ୟାଙ୍କର କାନ୍ଥ ଭାଙ୍ଗି ଦୁର୍ବୃତ୍ତମାନେ ବହୁ ଜରୁରୀକାଳୀନ କାଗଜ ପତ୍ର ନଷ୍ଟ କରିଥିବା ବେଳେ ସିସିଟିଭି ମଧ୍ୟ ଭାଙ୍ଗି ଦେଇଛନ୍ତି ଥାନାରେ ଅଭିଯୋଗ ପରେ ମଧ୍ୟ ଅଭିଯୁକ୍ତକୁ ପୋଲିସ ଧରିବାରେ ବିଫଳ ହୋଇଛି । ବର୍ତ୍ତମାନ ଗତ ଶନିବାର ଠାରୁ ୩ଦିନ ବ୍ୟାଙ୍କ ଛୁଟି ଥିବାରୁ ସମସ୍ତ ବ୍ୟାଙ୍କ କର୍ମଚାରୀ ନିଜ ନିଜ ଗ୍ରାମକୁ ଚାଲି ଯାଇଛନ୍ତି । ଯାହା ଫଳରେ ଏହି ସମ୍ପର୍କରେ ବ୍ରାଞ୍ଚ ମ୍ୟାନେଜର ଚିନ୍ମଜୟ ନାୟକଙ୍କୁ ଫୋନ ଯୋଗେ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ । ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କ କର୍ମଚାରୀଙ୍କ ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଥିବା ବେଳେ ମଙ୍ଗଳବାର ବ୍ୟାଙ୍କ ଖୋଲିବା ପରେ ହିଁ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ ।

hiranchal ad1
Leave A Reply

Your email address will not be published.

twenty − 8 =