ସମ୍ପୂର୍ଣ୍ଣ ଶରୀର ଦାନ ପାଇଁ ବରିଷ୍ଠ ସାମ୍ବାଦିକ ସପତ୍ନୀକ ସମ୍ବର୍ଦ୍ଧିତ

0 281

ସମ୍ବଲପୁର :ସ୍ଥାନୀୟ ଜିଲ୍ଲା ପ୍ରେକ୍ଷାଲୟ ତପସ୍ୱିନୀ ଠାରେ ଗତକାଲି ଅନୁଷ୍ଠିତ ଓଡ଼ିଶା ସାମ୍ବାଦିକ ୟୁନିୟନ (ଓୟୁଜେ)ର ସୁବର୍ଣ୍ଣ ଜୟନ୍ତୀ ବାର୍ଷିକୀର ଅୟମାରମ୍ଭ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଓ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ କୁଚିଣ୍ଡା ବିଧାୟକ କିଶୋର ନାଏକ ସାମିଲ ହୋଇଥିଲେ । ଉଭୟ ଅତିଥିଙ୍କ ଦ୍ୱାରା ଏଠାକାର ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ ମେହେର ଓ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ଶୈଳ ମେହେର ଉଭୟଙ୍କୁ ସମ୍ପୂର୍ଣ୍ଣ ଶରୀର ଦାନ ପାଇଁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ନିଜ ପ୍ରତିକ୍ରିୟାରେ ଶ୍ରୀ ମେହେର କହିଛନ୍ତି, ମୃତ୍ୟୁ ପରେ ମୃତଦେହର ଯଦି କୌଣସି ସଦୁପଯୋଗ ସମ୍ଭବ ତାହା ହାତଛଡ଼ା କାହିଁକି କରିବା । ମେଡିକାଲ କଲେଜରେ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପାଇଁ ମନୁଷ୍ୟର ମୃତଦେହ ଆବଶ୍ୟକ ପଡିଥାଏ ଓ ଏହାର ଅଭାବ ଯୋଗୁଁ କମ୍ପ୍ୟୁଟରରେ କିମ୍ବା ସିମୁଲେଟର ଜରିଆରେ ଅଧ୍ୟୟନ କରାଯାଏ । ଏପରି ଅଭାବକୁ ପୂରଣ କରିବା ପାଇଁ ସେ ପତ୍ନୀକ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ଓ ଏଥିପାଇଁ ତାଙ୍କର ପୁଅଝିଅ ସହର୍ଷେ ସହଯୋଗ କରିଛନ୍ତି । ପୁନଶ୍ଚ ପାରମ୍ପରିକ ଦାହକର୍ମରେ ଅନ୍ୟୁନ ଚାରି ପାଞ୍ଚ କ୍ୱିଣ୍ଟାଲ ଜାଳକାଠ ବ୍ୟବହାର ପାଇଁ ଗୋଟିଏ କିମ୍ବା ଦୁଇଟି ଗଛ କାଟିବାକୁ ପଡ଼ିଥାଏ, କିନ୍ତୁ ସମ୍ପୂର୍ଣ୍ଣ ଶରୀର ଦାନ ଫଳରେ ଉକ୍ତ ଗଛ ସଂରକ୍ଷିତ ହୋଇଥାଏ । ଏକଥା ବୁଝି ଲୋକେ ସମ୍ପୂର୍ଣ୍ଣ ଶରୀର ଦାନ ପାଇଁ ଆଗେଇ ଆସିବା ଉଚିିତ ।

hiranchal ad1
Leave A Reply

Your email address will not be published.

17 − 4 =