ପ୍ରିୟା ପ୍ରକାଶ ଭାରିୟର ତାଙ୍କର ଏକ ଭିଡିଓ ପାଇଁ ଇଣ୍ଟରନେଟ୍ ସେନ୍ସେସ୍ ପାଲଟିଯାଇଥିଲେ । ଯେଉଁଥିରେ ସେ ତାଙ୍କର ଆଖି ଇସାରରେ ସମସ୍ତ ଦେଶର ଯୁବବର୍ଗଙ୍କୁ ମତୁଆଲା କରିଥିଲେ । ଏହି ଭିଡିଓଟି ତାଙ୍କ ମାଲାୟାଲମ୍ ଚଳଚ୍ଚ଼ିତ୍ର “ଓରୁ ଅଦର ଲଭ୍’ର ଗୀତ ମାଣିକ୍ୟ ମଲାରାୟା ପୋରଭି’ର ଥିଲା । ଏହି ଭିଡିଓ ଯୋଗୁଁ ପ୍ରିୟା ପ୍ରକାଶ ଦେଶରେ ପରିଚିତ ହୋଇଥଇଲେ । ବର୍ତ୍ତମାନ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ସ୍ଥାନ ସୁରକ୍ଷିତ ହେବାରେ ଲାଗିଛି । ସେ ଗୋଟିଏ ପରେ ଗୋଟିଏ ଚଳଚ୍ଚ଼ିତ୍ର ପ୍ରୋଜେକ୍ଟରେ ସାଇନ କରୁଛନ୍ତି । ପ୍ରିୟା ପ୍ରକାଶ ଏହି ସଫଳତାର ରହସ୍ୟ ଉନ୍ମୋଚିତ କରିଛନ୍ତି । ସେ କହିଛନ୍ତି ମୁଁ ବହୁତ କମ୍ ଫିସ୍ ନେଉଥିବାରୁ ପ୍ରୋଡ୍ୟୁସରମାନେ ମତେ ତାଙ୍କ ଫିଲ୍ମରେ ନେବାକୁ ଆଗ୍ରହୀ ହେଉଛନ୍ତି ।
ଖବର ଅନୁଯାୟୀ, ପ୍ରିୟା ପ୍ରକାଶ ଏକ ଫିଲ୍ମ ପାଇଁ ୨୫ ଲକ୍ଷ ଟଙ୍କା ନେଇଥାନ୍ତି, ଯେଉଁଥିରେ ତାଙ୍କ ଦଳର ବଜେଟ୍ ଅନ୍ତର୍ଭୁକ୍ତ । ଅନ୍ୟ ପକ୍ଷରୁ କମ୍ ଲୋକପ୍ରିୟ ଅଭିନେତ୍ରୀମାନେ ତାଙ୍କ ତୁଳନାରେ ଅଧିକ ଟଙ୍କା ନେଉଛନ୍ତି । ସେମାନେ ୪୦ ଲକ୍ଷ ଟଙ୍କା ନେଉଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । ଏଭଳି ପରିସ୍ଥିତିରେ ପ୍ରିୟା ପ୍ରକାଶ ଅଧିକ ଫିଲ୍ମ ମିଳୁଛି । ବର୍ତ୍ତମାନ ତାଙ୍କ ପାଖରେ ତିନୋଟି ତେଲୁଗୁ ଚଳଚ୍ଚ଼ିତ୍ର ଅଛି ।
ପ୍ରିୟା ପ୍ରକାଶ ୨୦୨୧ରେ ଦୁଇଟି ତେଲୁଗୁ ଚଳଚ୍ଚ଼ିତ୍ରରେ ଅଭିନୟ କରିଛନ୍ତି । ତାଙ୍କର ପ୍ରଥମ ଚଳଚ୍ଚ଼ିତ୍ର ନିତିନଙ୍କ ସହ “ଚେକ୍’ ହୋଇଥିବାବେଳେ ଦ୍ୱିତୀୟଟି ତେଜା ସାଜାଜଙ୍କ ସହ “ଇଶ୍କ’ ଥିଲା । ୨୧ ବର୍ଷୀୟ ପ୍ରିୟା ପ୍ରକାଶ କେରଳର ତ୍ରିସୁରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଆଗକୁ ରିଲିଜ ହେବାକୁ ଥିବା ଚଳଚ୍ଚ଼ିତ୍ରଗୁଡ଼ିକ ହେଉଛି “ବିଷ୍ଣୁପ୍ରିୟା’ ଏବଂ “ଶ୍ରୀଦେବୀ ବଙ୍ଗଳା’ ଅନ୍ତର୍ଭୁକ୍ତ