ଟି-୨୦ ବିଶ୍ କପ୍ ପାଇଁ ଏହି ତାରିଖରେ ଦଳ ଘୋଷଣା କରିବ ଭାରତ, ଏହି ଖେଳାଳିଙ୍କ ସ୍ଥାନ ପକ୍କା

0 153

ନୂଆଦିଲ୍ଲୀ: ଟି-୨୦ ବିଶ୍ କପ୍ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି । ଦଳ ଘୋଷଣା ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ଭାରତୀୟ ଦଳ କେଉଁ କେଉଁ ଖେଳାଳିଙ୍କ ସହିତ ଟି-୨୦ ବିଶ୍ୱ କପକୁ ଓହ୍ଲାଇବ, ଏହାର ଘୋଷଣା ଆଗାମୀ ସପ୍ତାହେ ଭିତରେ ହୋଇପାରେ । ଓଭାଲ ଟେଷ୍ଟ ପରେ ଭାରତୀୟ ଦଳର ଘୋଷଣା ହୋଇପାରେ । ସେପ୍ଟେମ୍ବର ୬ କିମ୍ବା ୭ରେ ଦଳର ଘୋଷଣା ହେବ ବୋଲି କୁହାଯାଉଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ, ଆଇପିଏଲ ୨୦୨୧ ପ୍ରଦର୍ଶନ ଆଧାରରେ କୌଣସି ଖେଳାଳିଙ୍କୁ ଟି-୨୦ ବିଶ୍ କପରେ ସ୍ଥାନ ମିଳିବ ନାହିଁ । ଚୟନକର୍ତ୍ତା ଓ ଦଳ ପ୍ରବନ୍ଧକ ପ୍ରଥମରୁ ହିଁ ନିଜର ଖେଳାଳି ସ୍ଥିର କରି ସାରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳ ଅକ୍ଟୋବର ୧୭ରୁ ୟୁଏଇ ଓ ଓମାନରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱ କପ୍ ପାଇଁ ୧୫ ଜଣିଅ । ଦଳ ଘୋଷଣା କରାଯିବ । ଏହା ବ୍ୟତୀତ ତିନି ଜଣ ରିଜର୍ଭ ଖେଳାଳି ମଧ୍ୟ ଦଳରେ ରହିବେ । ଇଶାନ କିଶନ, ପୃଥ୍ୱୀ ଶ ଓ ଜଣେ ସ୍ପିନର ରିଜର୍ଭ ଖେଳାଳି ଭାବେ ୟୁଏଇ ଗସ୍ତ କରିବେ । ସେପଟେ ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର ଓ ମହମ୍ମଦ ସିରାଜଙ୍କୁ ଟି-୨୦ ବିଶ୍ କପ୍ ଦଳରେ ସୁଯୋଗ ମିଳିପାରେ । ଆର ଅଶ୍ୱିନ, ରାହୁଲ ଚହର,ବରୁଣ ଚକ୍ରବର୍ତ୍ତୀଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଚୟନ କରାଯାଇପାରେ । ଭାରତୀୟ ଦଳ ଅକ୍ଟୋବର ୨୪ରେ ନିଜର ଟି- ୨୦ ବିଶ୍ୱ୍ କପ୍ ଅଭିଯାନ ଆରମ୍ଭ କରିବ । ଭାରତ ପ୍ରଥମ ମ୍ୟାଚରେ ନିଜର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ । ଏହା ପରେ ଅକ୍ଟୋବର ୩୧ରେô ନ୍ୟୁଜିଲାଣ୍ଡ, ନମ୍ବେର ୩ରେ ଆଫଗାନିସ୍ତାନ ଓ ନଭେମ୍ବର ୫ରେ ସୁପର ୧୨ରେ ଯୋଗ୍ୟତା ଅର୍ଜନ କରିଥିବା ଦଳ ସହ ଖେଳିବ ।
ସମ୍ଭାବିତ ଟି-୨୦ ବିଶ୍ୱକପ ଦଳ : ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଋଷଭ ପନ୍ତ, ହାର୍ଦ୍ଦକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, ଜସପ୍ରିତ ବୁମରାହ, ମହମ୍ମଦ ସାମି, ଭୁବନେଶ୍ୱର କୁମାର, ଦୀପକ ଚହର, ମହମ୍ମଦ ସିରାଜ, ଆର ଅଶ୍ୱିନ

hiranchal ad1
Leave A Reply

Your email address will not be published.

sixteen − six =