ବୌଦ୍ଧ,୩/୯- ବୌଦ୍ଧଜିଲ୍ଲା ମୁଣ୍ଡାପଡା ମଣ୍ଡଳ ତାଳସରଡ଼ା ଗ୍ରାମର ପୋଢ଼ଖାଲ ଠାରେ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ଯୀଶୁ ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ନିକଟରେ ସ୍ୱର୍ଗାରୋହଣ କରିଥିବା ପୂର୍ବତନ ବିଜେପି ସାଧାରଣ ସଂପାଦକ କାର୍ତ୍ତିକ ମହାକୁଡ଼, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବ୍ରଜମୋହନ ବେହେରା, ଦେବେନ୍ଦ୍ର ପ୍ରଧାନ, ଅଷ୍ଟ ଲୁହା, ପଦ୍ମ ସାହୁ ବିୟୋଗରେ ଦୁଇମିନିଟ ଶୋକ କରାଯାଇଥିଲା । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କହ୍ନାଇ ଚରଣ ଡାଙ୍ଗ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଆଜିର କାର୍ଯ୍ୟକାରିଣୀ ବୈଠକ ରେ ଆଠ ଗୋଟି ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରାଯାଇ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା । ବିଶେଷ କରି ମୁଣ୍ଡାପଡା ମଣ୍ଡଳର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଣରେ ଅନିୟମିତା, ରାସ୍ତା ଘାଟ ମରାମତିରେ ବ୍ୟାପକ ଦୁର୍ନୀତି ଓ ପ୍ରିୟାପ୍ରୀତି, ମରୁଡି ଘୋଷଣା ନ କରିବା, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ବିଦ୍ୟୁତ ଯୋଗାଣରେ ଅବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ, ପାନୀୟଜଳ ଯୋଗାଣ, ମେଗା ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମରେ ଜମିକୁ ଜଳଯୋଗାଣ ସର୍ବସମ୍ମତିକ୍ରମେ ଧ୍ୱନି ମତରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗୃହୀତ ହୋଇଥିଲା । ମଣ୍ଡଳ କାର୍ଯ୍ୟକାରିଣୀ ୬୧ ଜଣିଆ ସଦସ୍ୟ ଯୋଗଦେଇ ଆଗାମୀ ଦିନରେ ଲୋକଙ୍କ ପାଖରେ ପହଞ୍ଚି ତାଙ୍କର ସବୁ ସମସ୍ୟା କିପରି ଦୂର ହୋଇପାରିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନିଜ ନିଜ ୱାର୍ଡ଼ ରେ ଘରକୁ ଘର ବୁଲି ସଂଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି, ଜିଲ୍ଲାର ସାଧାରଣ ସମ୍ପାଦକ ସୁଶାନ୍ତ ବାଘ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ରବୀନ୍ଦ୍ର କୁମାର ଦେଓ, ଜିଲ୍ଲା ଉପସଭାପତି ଶ୍ୟାମ ସୁନ୍ଦର ପୁରୋହିତ, ବିଶି କେଶନ ପ୍ରଧାନ, ପୂର୍ବତନ ସରପଞ୍ଚ ନାରାୟଣ ଦାଶ, ସୁନିଲ ନାଗ, ହେମାକାନ୍ତ ଦାଶ, ବିପିନ ମହାକୁଡ଼, ସୁନନ୍ଦ ବାଘ, ଉମେଶ ଅମାତ, ଦୀନବନ୍ଧୁ ଦେହୁରୀ, ଉଦ୍ଧବ ବାରିକ, ପ୍ରଦୀପ ମହାକୁଳ, ଯଶୋବନ୍ତ ଭୋଇନା, ଶମ୍ଭୁ ଗାଈଗୌରିଆ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।