ପାଖେଇ ଆସିଲା ଗଣେଶ ପୂଜା : ମାଟିମୂର୍ତ୍ତି ଅପେକ୍ଷା ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତିର ଚାହିଦା ବଢୁଛି

0 185

ପାରଳାଖେମୁଣ୍ଡି : ପାଖେଇ ଆସିଲା ଗଣେଶ ପୂଜା ପାରଳାରେ ଜୋରସୋରରେ ଚାଲିଛି ମୂର୍ତ୍ତି ନିର୍ମାଣ ସାଙ୍ଗକୁ ବିକ୍ରି ବଟା ବଜାର ମୁଖ୍ୟ ରାସ୍ତା ସହିତ ସହରର ବିଭିନ୍ନ ଗଳି କନ୍ଦିରେ ମଧ୍ୟ ଛୋଟ ବଡ଼ ମୂର୍ତ୍ତି ବିକ୍ରି ଆରମ୍ଭ ହୋଇଛି । କୋଭିଡ ଯୋଗୁଁ ପର୍ବ ପର୍ବାଣୀ ପାଳନ ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି ଗଣେଶ ପୂଜାକୁ ଯାକଯକମରେ ପାଳନ ନ କରି ସୀମିତ ଲୋକଙ୍କ ମଧ୍ୟରେ ପୂଜା ଅର୍ଚ୍ଚନା କରିବା ନେଇ ସରକାର ଅନୁମତି ଦେଇଛନ୍ତି । ଏଥିସହ ୪ ଫୁଟ ଉଚ୍ଚ଼ତାରୁ କମ ଥିବା ମୂର୍ତ୍ତି ହିଁ ପୂଜା ହୋଇପାରିବ ବୋଲି ଗାଇଡ଼ଲାଇନ ରହିଛି । କୋଭିଡ ପାଇଁ ଦୁଇ ବର୍ଷ ହେଲା ପୂଜା ବନ୍ଦ ରହିଛି । ଚଳିତ ବର୍ଷ କୋଭିଡ କଟକଣା କୋହଳ ହୋଇଥିବା ବେଳେ ପୂଜା ପାଇଁ ଅନୁମତି ମିଳିଛି । ସହରରେ ମୂର୍ତ୍ତି କାରିଗର ମାଟି,ନଡ଼ା ସୁତୁଳି ଓ କାଠପଟା ଦ୍ୱାରା ମୂର୍ତ୍ତି ନିର୍ମାଣ କରା ଯାଉଥିବା ବେଳେ ମାଷ୍ଟର ଅଫ ପ୍ୟାରିସ ଦ୍ୱାରା ମଧ୍ୟ ମୂର୍ତ୍ତି ନିର୍ମାଣ କରାଯାଇଛି । ନିର୍ମାଣ ସରିବା ପରେ ମୂର୍ତ୍ତିକୁ ପାଣି କଲର ଦ୍ୱାରା ମୂର୍ତ୍ତିକୁ ରଙ୍ଗ ଦେଉଥାନ୍ତି । କାରିଗରମାନେ ବର୍ତ୍ତମାନ ସହରରେ ମାଟି ମୂର୍ତ୍ତି ଅପେକ୍ଷା ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତିର ଚାହିଦା ରହିଛି । କାରଣ ହାଲୁକା ସୁନ୍ଦର କାରୁକାର୍ଯ୍ୟ ଓ ମୂର୍ତ୍ତିର ଦାମ ଶସ୍ତା ହୋଇ ଥିବାରୁ ଲୋକେ ଏଥିପ୍ରତି ଆକୃଷ୍ଟ ହୋଇଥାନ୍ତି । ବର୍ତ୍ତମାନ ସହରର ମାଟି ମୂର୍ତ୍ତି କାରିଗର ମଧ୍ୟ ପ୍ଲାଷ୍ଟର ଅଫ ପ୍ୟାରିସର ମୂର୍ତ୍ତି ନିର୍ମାଣ କରୁଛନ୍ତି । ଦୁଇ ପଇସା ରୋଜଗାର କରିବା ଆଶାରେ ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତିକୁ ଆପଣେଇଛନ୍ତି । ନଡ଼ିଆ କତା ଦ୍ୱାରା ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ନିର୍ମାଣ ହେଉଛି । ହାଲୁକା ସାଙ୍ଗକୁ ମୂର୍ତ୍ତି ଫିନିସିଙ୍ଗ ସୁନ୍ଦର ଓ ଆକର୍ଷଣୀୟ ହୋଇଥିବାରୁ ଲୋକେ ଇଚ୍ଛା ପ୍ରକାଶ କରୁଛନ୍ତି । କିଛି ବ୍ୟବସାୟୀ ବ୍ରହ୍ମପୁର ଓ ବିଜୟ ନଗରମରୁ ମଧ୍ୟ ମୂର୍ତ୍ତି ଆଣି ବିକ୍ରି କରୁଛନ୍ତି । ମାଟି ମୂର୍ତ୍ତି ମଧ୍ୟ ନିର୍ମାଣ ଚାଲିଛି ସହରର କଟିକିଆ ସାହି ଓ ଚିତ୍ର କାର ସାହିରେ ମାଟି ମୂର୍ତ୍ତି ନିର୍ମାଣ ଚାଲିଥିବା ବେଳେ ବର୍ତ୍ତମାନ କିଛି କାରିଗର ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ନିର୍ମାଣ କରୁଛନ୍ତି । ଚଳିତ ବର୍ଷ ଦୁଇ ପଇସା ରୋଜଗାର କରିବା ଆଶାରେ ମୂର୍ତ୍ତି ତିଆରି କରିବାରେ କାରିଗର ବ୍ୟସ୍ତ ରହିଛନ୍ତି ।

hiranchal ad1
Leave A Reply

Your email address will not be published.

three × 1 =