ପଞ୍ଜଶୀର : ପଞ୍ଜଶୀର ଅକ୍ତିଆର କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି ତାଲିବାନ । ଏଥିପାଇଁ ତାଲିବାନ ଏବଂ ବିଦ୍ରୋହୀ ଗୋଷ୍ଠୀଙ୍କ ମଧ୍ୟରେ ରକ୍ତାକ୍ତ ଲଢେଇ ଜାରି ରହିଛି । ଆଫଗାନିସ୍ତାନକୁ କବଜା କରିଛି ସତ କିନ୍ତୁ ପଞ୍ଜଶୀରକୁ ଦଖଲକୁ ନେଇ ପାରୁ ନାହାଁନ୍ତି ତାଲାବାନୀ ।ଏହାମଧ୍ୟରେ ୬୦୦ ତାଲିବାନ ସଦସ୍ୟ ନିପାତ ହୋଇଥିବା ଦାବି କରିଛି ପଞ୍ଜଶୀରର ରେଜିଷ୍ଟାନ୍ସ ଫୋର୍ସ ।
ରେଜିଷ୍ଟାନ୍ସ ଫୋର୍ସର ଦାବି ଅନୁସାରେ, ସେମାନେ ୬୦୦ ତାଲିବାନୀଙ୍କୁ ମାରିଦେଇଛନ୍ତି । ୧୦୦୦ରୁ ଅଧିକା ତାଲିବାନୀଙ୍କୁ ବନ୍ଦୀ କରାଯାଇଛି । ଏହାସହ ଅନେକ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି ।
ରେଜିଷ୍ଟାନ୍ସ ଫୋର୍ସର ମୁଖପାତ୍ର ଫହୀମ ଦଶତି କହିଛନ୍ତି ଯେ, ଗତ କିଛି ଦିନ ଧରି ଲଢେଇ ଜାରି ରହିଛି । ଶନିବାର ତାଲିବାନ ଏହି ଅଞ୍ଚଳରେ କବଜା କରିଥିବା ଦାବି କରିଥିଲା ।କିନ୍ତୁ ରେଜିଷ୍ଟାନ୍ସ ଫୋର୍ସର ନେତା ଅମରୁଲ୍ଲାହ ଏହାକୁ ଖଣ୍ଡନ କରିଥିଲେ ।
ସୂଚନାଯୋଗ୍ୟ, ପଞ୍ଜଶୀରରେ ରେଜିଷ୍ଟାନ୍ସ ଫୋର୍ସର ନେତୃତ୍ୱ ଅହମ୍ମଦ ମାସୁଦ ଓ କାର୍ଯ୍ୟକାରୀ ରାଷ୍ଟ୍ରପତି ଅମରୁଲ୍ଲାହ ସାଲେହ ନେଉଛନ୍ତି । ୧୯୯୬ରୁ ୨୦୦୧ ଯାଏଁ ଆଫଗାନିସ୍ତାନରେ ତାଲିବାନର ରାଜୁତି ଥିଲା ବେଳେ ବି ସେମାନେ ପଞ୍ଜଶୀର ଦଖଲ କରିପାରି ନଥିଲେ ।
Sign in
Sign in
Recover your password.
A password will be e-mailed to you.