ଜେଲ୍‌ ଗଲେ ନକଲି ଡାକ୍ତର

0 440

ଦଶପଲ୍ଲା : ନୟାଗଡ ପୁଲିସ ଗତକାଲି ନକଲି ଡାକ୍ତର ବିଶ୍ୱନାଥ ଘଡେଇକୁ ଅଟକ ରଖିବା ପରେ ଆଜି କୋର୍ଟ ଚାଲାଣ କରିଛି । ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶକ୍ତି ପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶରେ ଡା. ସୁବାସ ଚନ୍ଦ୍ର ପଟ୍ଟନାୟକଙ୍କ ଅଭିଯୋଗ କ୍ରମେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦୀର୍ଘଦିନ ଧରି ନୟାଗଡଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଏହି ନକଲି ଡାକ୍ତର ତାର କାୟା ବିସ୍ତାର କରିଥିବା ସୂଚନା ମିଳିଛି । ବିଭିନ୍ନ ଲୋକଙ୍କୁ ପଚରାଉଚରା ଏବଂ ତଦନ୍ତ ପରେ ଆଜି ପୁଲିସ ନକଲି ଡାକ୍ତର ଘଡେଇକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ପରୀକ୍ଷା କରାଇ କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମାଧୁରୀ ସାମଲ ଏବଂ ଏସ୍‌ଡିପିଓ ଶୁଭେନ୍ଦୁ ସିହ୍ନା ସୂଚନା ଦେଇଛନ୍ତି । ଆବଶ୍ୟକ ପଡିଲେ ଘଡେଇକୁ ରିମାଣ୍ଡରେ ଅଣାଯିବ ବୋଲି ଏସ୍‌ ଡିପିଓ ଗଣମାଧ୍ୟମକୁ କହିଛନ୍ତି । କୋର୍ଟରେ ଜାମିନ ନାମାଞ୍ଜୁର ହେବାରୁ ତାଙ୍କୁ ନୟାଗଡ ଉପକାରଗାରକୁ ପଠାଇ ଦିଆଯାଇଛି । ପ୍ରକାଶ ଥାଉକି ନୟାଗଡ଼ ଜିଲ୍ଲାରେ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢି ଚାଲିଥିବା ବେଳେ, ଏଭଳି ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରାଯାଇଛି ।

hiranchal ad1
Leave A Reply

Your email address will not be published.

eighteen − 8 =