ତାରିଖ ଘୋଷଣା ପରେ ପିପିଲି ରାଜନୀତି ସରଗରମ

0 89

ପୁରୀ : ପିପିଲି ଉପନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ପୁଣି ସକ୍ରିୟ ହେଲେଣି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ତିନି ପ୍ରମୁଖ ରାଜନୈତିକ ଦଳ । ମହାରଥୀଙ୍କ ଗଡ କୁହାଯାଉଥିବା ପିପିଲିର ବିଜେଡି ଆସନକୁ ବିଜେପି ଅକ୍ତିଆର କରି ରାଜ୍ୟ ରାଜନୀତିରେ ଇତିହାସ ସୃଷ୍ଟି କରିବାର ସ୍ୱପ୍ନ ଦେଖୁଥିବା ବେଳେ ବିଜେଡି ତାର ଗଡ ରକ୍ଷା କରିବାର ଦମ୍ଭେ।।କ୍ତି ପ୍ରକାଶ କରିଛି । ସେପଟେ ବର୍ଷ ବର୍ଷ ଧରି ବିରୋଧୀ ଆସନରେ ରହିଆସୁଥିବା କଂଗ୍ରେସ ପିପିଲିରେ ବାଜିମାତ କରିବ ବୋଲି କଥା ଦୋହରାଇଛି ।
ଦୀର୍ଘ ୩୫ ବର୍ଷ ପରେ ପୁଣି ପିପିଲି ଦେଖିବ ନୂଆ ଚେହେରା, ଭୋଟର ବାଛିବେ ସେମାନଙ୍କର ମନ ପସନ୍ଦର ବିଧାୟକ ପ୍ରାର୍ଥୀ । ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଖାଲି ପଡିଥିବା ଏହି ନିର୍ବାଚନ ମଣ୍ଡଳୀରେ ବିଜେପି ଆଶ୍ରିତ ପଟ୍ଟନାୟକ ଓ ବିଜେଡିର ରୁଦ୍ର ପ୍ରତାପ ମହାରଥୀଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ଚର୍ଚ୍ଚା ଚାଲିଛି । କିନ୍ତୁ ଅକ୍ଟୋବର ୩ ତାରିଖରେ କେଉଁ ନୂଆ ମୁହଁକୁ ଭୋଟର ନିର୍ବାଚିତ କରିବେ ତାହା ସ୍ପଷ୍ଟ ହେବାକୁ ଥିବା ବେଳେ ନିର୍ବାଚନ ପାଇଁ ବିଧିବଦ୍ଧ ଘୋଷଣା ପରେ ପୁଣି ଚଳଞ୍ଚ଼ଳ ହୋଇ ପଡିଛି ରାଜନୈତିକ ଦଳର ଶିବି । କୋଭିଡ ପାଇଁ ଗତ କିଛି ମାସ ଧରି ବନ୍ଦ ରହିଥିବା ନିର୍ବାଚନ ପ୍ରଚାର କର୍ମୀ ସମ୍ମିଳନୀ ମାଧ୍ୟମରେ ନିର୍ବାଚନ ପ୍ରଚାର ଆରମ୍ଭ କରି ଦେଲେଣି ବିଜେଡି ଓ ବିଜେପି । ବିଜେଡି ପିପିଲି ବିଜୁ ଜନତା ଦଳ କାର୍ଯ୍ୟାଳୟରେ କାର୍ଯ୍ୟକାରିଣୀ ବୈଠକ ମାଧ୍ୟମରେ ମହିଳା ସମାବେଶ କରି ମହିଳାଙ୍କର ଭୋଟକୁ ନିଜ ଆଡକୁ ନେବା ପାଇଁ ଉଦ୍ୟମ ଆରମ୍ଭ କରିଛି । ବିଜେଡି ସପକ୍ଷରେ ସବୁବେଳେ ପିପିଲି ନିର୍ବାଚନ ମଣ୍ଡଳୀର ମହିଳା ଭୋଟରଙ୍କର ଭୋଟ ଯିବ ବୋଲି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଆଶାବାଦୀ ଥିବା ବେଳେ ନବୀନ ବାବୁଙ୍କ ସୁଶାସନ ଓ ପ୍ରଦୀପ ମହାରଥୀ ପିପିଲିରେ କରିଥିବା କାର୍ଯ୍ୟ ଆଗାମୀ ଦିନରେ ଭୋଟରେ ରୂପାନ୍ତର ହେବ ବୋଲି କହିଥିବା ବେଳେ ବିରୋଧୀ କେବଳ ବିରୋଧୀ କଥା କହିବେ ସେ ପିପିଲି ପାଇଁ କଣ କରିଛନ୍ତି ଓଲଟା ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ନିର୍ବାଚନ ପାଇଁ ବିଜେଡି ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ପିପିଲି ନିର୍ବାଚନରେ ବିଜେଡି ଭଲ ଫଳାଫଳରେ ବିଜୟ ହାସଲ କରିବ ବୋଲି ବିଜେଡି ନେତା ସମୀର ରଂଜନ ଦାଶ କହିଛନ୍ତି ।
ସେପଟେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ କହିଛନ୍ତି ଏଥର ନିଶ୍ଚିତ ପିପିଲିବାସୀ ବିଜେପିକୁ ଜିତାଇବେ । ଆବାସ ଯୋଜନାରେ ଦୁର୍ନୀତି, ଫୋନି ସହାୟତାରେ ଦୁର୍ନୀତି ଏବଂ ପିପିଲି ଅଞ୍ଚଳର ବିକାଶକୁ ନେଇ ବିଜେଡି ଅବହେଳା କରିଥିବା ହେତୁ ଏଥର ଉପ ନିର୍ବାଚନରେ ପିପିଲି ନିର୍ବାଚନ ମଣ୍ଡଳୀବାସୀ ବିଜେଡିକୁ ଉପଯୁକ୍ତ ଜବାବ ଭୋଟ ମାଧ୍ୟମରେ ଦେବେ ବୋଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ କହିଛନ୍ତି ।

hiranchal ad1
Leave A Reply

Your email address will not be published.

4 × 1 =