ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ଼ ବିଦ୍ୟାଳୟ ପରିସରରେ ୨ ଓଡିଶା ବାଟାଲିଏନ୍ ଏନ୍.ସି.ସି ପକ୍ଷରୁ “ଫିଟ୍ ଇଣ୍ଡିଆ ଫ୍ରିଡ଼ମ୍ ରନ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ କାର୍ୟ୍ୟକ୍ରମକୁ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ଅତିଥି ରୂପେ ଯୋଗଦେଇଥିଲେ ।
ମହାରାଜାଙ୍କ ବାଳକ ଉଚ୍ଚ଼ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ଼.ବୃଷକେତୁ ଦାଶ ସ୍ୱାଗତ ଭାଷଣ ଓ “ଫିଟ୍ ଇଣ୍ଡିଆ ରନ୍’ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।
ବ୍ରହ୍ମପୁର ଏନ୍.ସି.ସି ଅଫିସରୁ ଯୋଗ ଦେଇଥିବା ନାଏବ ସୁବେଦାର କୃଷ୍ଣ ବାହାଦୂର ମଗର ଓ ହାବିଲଦାର ମୁକେଶ ସିଂ, ଏନ୍.ସି.ସି ଅଫିସର ହରିହର ଦାଶ ପ୍ରମୁଖ ସମର ଶିକ୍ଷାର୍ଥି ବାହିନୀସୁସ୍ଥ ରହିବା ସହ ସୁସ୍ଥ ଭାରତ ଗଠନ ପାଇଁ ଦୈନିକ ଦୌଡିବା ଓ ଏହି କାର୍ଯ୍ୟକ୍ରମକୁ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ ।
ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ ଷ୍ଟାଡିଅମ ଠାରେ “ଫିଟ୍ ଇଣ୍ଡିଆ ରନ୍’ର ସମାପ୍ତି ଘୋଷଣା କରି ଉଦବୋଧନ ଦେଇଥିଲେ ।
ମହାରାଜାଙ୍କ ବାଳକ ଉଚ୍ଚ଼ ବିଦ୍ୟାଳୟର ଏନ୍.ସି.ସି କ୍ୟାଡ଼ରଙ୍କ ସମେତ ଏନ୍.ସି.ସି ଅଫିସର ଜଗନ୍ନାଥ ପଟ୍ଟନାୟକ , ଏସ୍.କେ.ସି.ଜି କଲେଜ ଏନ୍.ସି.ସି ଅଫିସର ଡ.ସୁମନ୍ତ କୁମାର ବେହେରା, କାଶୀନଗର ବାରାଣସୀ ହାଇସ୍କୁଲର ଏନ୍. ସି.ସି ଅଫିସର ଭେଙ୍କେଟ ରାଓ ପୋଲାକି , ଏସ୍.କେ.ସି.ଜି ହାଇସ୍କୁଲ ଗୁରାଣ୍ଡିରୁ୍ ଏସ୍ .ମନ୍ନମଥ ରାଓ ଓ ଜେ.ନେ.ଭିରୁ ଶ୍ରୀ ନାଇଡୁ ପ୍ରମୁଖ ଯୋଗ ଦେଇଥିଲେ ।
ଜଗନ୍ନାଥ ପଟ୍ଟନାୟକ, ୱାଇ.ଧର୍ମାରାଓ , ଝିକୋରିଆ ଶବର , ରାମୋଜୀ ରମେଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post