ଐତିହାସିକ ବିଜୟ ପରେ ଟିମ୍‌ ଇଣ୍ଡିଆ ଏମିତି ପାଳିଲା ବିଜୟ ଉତ୍ସବ, ଦେଖନ୍ତୁ ଭିଡିଓ

0 138

ଓଭାଲ : ଚତୁର୍ଥ ଟେଷ୍ଟରେ ଇଂଲଣ୍ଡକୁ ୧୫୭ ରନ୍‌ରେ ପରାସ୍ତ କରି ଭାରତୀୟ ଦଳ ଓଭାଲରେ ଇତିହାସ ସୃଷ୍ଟି କରିଛି । ଲଣ୍ଡନର ଓଭାଲରେ ୫୦ ବର୍ଷ ପରେ ଭାରତ ଟେଷ୍ଟ ମ୍ୟାଚ ଜିତିବାରେ ସଫଳ ହୋଇଛି । ଶେଷ ଥର ପାଇଁ ୧୯୭୧ ରେ ଭାରତ ଜିତିଥିଲା । ବର୍ତ୍ତମାନ ୨୦୨୧ ମସିହାରେ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଭାରତ ଓଭାଲରେ ଏକ ଐତିହାସିକ ବିଜୟ ହାସଲ କରିଛି । ଏହି ବିଜୟ ପରେ ଭାରତୀୟ ଦଳର ଖେଳାଳିମାନେ ମଧ୍ୟ ଏହି ସ୍ମରଣୀୟ ବିଜୟ ଉତ୍ସବ ପାଳନ କରିଛନ୍ତି । ବିସିସିଆଇ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛି ଯେଉଁଥିରେ ବିଜୟ ପରେ ଭାରତୀୟ ଖେଳାଳିଙ୍କ ପ୍ରତିକ୍ରିୟା ଦେଖାଯାଉଛି । ବିସିସିଆଇ ଏହି ଭିଡିଓ ସେୟାର କରି କ୍ୟାପସନରେ ଲେଖିଛି, ଓଭାଲରେ ଟିମ୍‌ ଇଣ୍ଡିଆର ଚମତ୍କାର ବିଜୟ ପରେ ଡ୍ରେସିଂ ରୁମରୁ ଅଦୃଶ୍ୟ ଦୃଶ୍ୟ ଏବଂ ପ୍ରତିକ୍ରିୟା ।’

hiring


ବିସିସିଆଇ ଦ୍ୱାରା ପ୍ରକାଶିତ ଭିଡିଓରେ ଉମେଶ ଯାଦବ କହିଛନ୍ତି, ଆମେ ଜାଣିଥିଲୁ ଯେ ୱିକେଟ୍‌ ଫ୍ଲାଟ ଥିଲା ତେଣୁ ଆମକୁ ୫ମ ଦିନରେ ବହୁତ ପରିଶ୍ରମ କରିବାକୁ ପଡ଼ିବ । ଆମେ ଭଲ ଲେନ୍ଥରେ ବୋଲିଂ କରିବାକୁ ଚେଷ୍ଟା କରିଥିଲୁ ଏବଂ ରନ୍‌ ରୋକିବାକୁ ଚେଷ୍ଟା କରିଥିଲୁ କାରଣ ୱିକେଟ୍‌ ନିଶ୍ଚିତ ଭାବେ ଆସିବ ବୋଲି ଜାଣିଥିଲୁ । ଗତ ବର୍ଷ ଡିସେମ୍ବର ପରେ ଉମେଶ ଯାଦବ ଟେଷ୍ଟ ମ୍ୟାଚ ଖେଳିଥିଲେ । ଏଥିରେ ସେ ୬ ୱିକେଟ୍‌ ନେଇଥିଲେ ଏବଂ ଦଳ ପକ୍ଷରୁ ସର୍ବାଧିକ ୱିକେଟ ଏହି ମ୍ୟାଚରେ ନେଇଥିଲେ ।
ଉମେଶ ଯାଦବଙ୍କ ବ୍ୟତୀତ ଶାର୍ଦ୍ଦୁଲ ଟେଷ୍ଟ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିଲେ । ବ୍ୟାଟିଂ ଏବଂ ବୋଲିଂ ସହ ଶାର୍ଦ୍ଦୁଲ ମ୍ୟାଚରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ପ୍ରଥମ ଇନିଂସରେ ଶାର୍ଦ୍ଦୁଲ ମାତ୍ର ୩୧ ବଲରୁ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୬୦ ରନ୍‌ ସଂଗ୍ରହ କରିଥିଲେ । କେବଳ ଏତିକି ନୁହେଁ, ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ଶାର୍ଦ୍ଦୁଲ ଜୋ ରୁଟ୍‌ଙ୍କୁ ଆଉଟ କରି ଇଂଲଣ୍ଡକୁ ବ୍ୟାକଫୁଟ୍‌ ଠେଳି ଦେଇଥିଲେ ।

hiranchal ad1
Leave A Reply

Your email address will not be published.

12 + seventeen =