ଚଣ୍ଡିଖୋଲ: ବଡ଼ଚଣା ଭାରତୀୟ ଜନତା ପାର୍ଟି ପକ୍ଷରୁ ମଙ୍ଗଳବାର ସକାଳେ ଚଣ୍ଡିଖୋଲ ଛକଠାରେ କେନ୍ଦ୍ର ଜଳସମ୍ପଦ, ଆଦିବାସୀ ବିଭାଗ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ବିଜେପି ରାଜ୍ୟ ସମ୍ପାଦକ ତଥା ବଡ଼ଚଣା ବିଜେପି ନେତା ଅମର ନାୟକ, ସାଧାରଣ ସମ୍ପାଦକ ଦେବଯାନୀ ପ୍ରଧାନ, ସମ୍ପାଦକ ପ୍ରମୋଦ କୁମାର ଜେନା, ଜିଲ୍ଲା ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ପ୍ରିତମ ନାୟକ, ଉପସଭାପତି ଦିପକ ସାମଲ, ମଣ୍ଡଳ ସଭାପତି ବେଣୁଧର ବିଶ୍ୱାଳ, ପ୍ରଦିପ ସାମଲ, ଦେବେନ୍ଦ୍ର ଜେନା, ଲଲାଟେନ୍ଦୁ ମହାପାତ୍ର, ଚିନ୍ମୟୀ ସାହୁ ବିକାଶ ମହାପାତ୍ର ଲିପୁନା ସାମଲ କିଶୋର ରାଉତ, ବାବାଜୀ ଜେନା, ଛବିନ୍ଦ୍ର ବାରିକ ଅସୀମ ଉଦିନ ଖାନ, ବାଇଧର ସେନାପତି, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ପ୍ରଭାକର ମଲିକ, ଓବିସି ସେଲ ସଭାପତି ସମରେନ୍ଦ୍ର ପରିଡା, ପ୍ରମୁଖ କାର୍ଯକର୍ତ୍ତା ଉପସ୍ଥିତ ଥିଲେ । ଏହି ଅବସରରେ ଚଣ୍ଡିଖୋଲ ଡ଼ୁବୁରୀ ୫୩ନଂ ଜାତୀୟ ରାଜପଥ ସାମ୍ପ୍ରସାରଣ କାର୍ଯ୍ୟ ଚାଲୁଥିଲା ସମୟରେ ଖୋସାଲିପୁର ନିକଟସ୍ଥ ନଲୁଆଶୁଣି ପୀଠ ଠାରେ ଏକ ଗଳିପୋଲ ପାଇଁ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ ଏହାକୁ କାର୍ଯକାରୀ କରିବାକୁ ଦୁଢ଼ ପ୍ରତିଶୃତି ଦେଇଛନ୍ତି କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ।