ଫୁଲବାଣୀ: ଖଜୁରୀପଡ଼ା ରୁ ଭାୟା ଫୁଲବାଣୀ ଦେଇ ବାଲିଗୁଡା ଅଭିମୁଖେ ଯାଉଥିବା ନଂ ଓଡି ୧୫ଏ ୫୩୯୫ ଅମ୍ବିକା ଯାତ୍ରୀବାହୀ ବସ ଦୁର୍ଘଟଣା ଘଟିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୩୦ଯାତ୍ରୀ ।ଖବରରୁ ଜଣାପଡ଼ିଛି ଯେ ପ୍ରତ୍ୟେକ ଦିନଭଳି ଆଜିବି ଅମ୍ବିକା ବସ ଖଜୁରୀପଡ଼ା ଠାରୁ ଭାୟା ଫୁଲବାଣୀ ଦେଇ ବାଲିଗୁଡା ଯାଉଥିଲା । ହେଲେ ଗୁଦାରୀଠାରେ ପାନୀୟଜଳ ସମସ୍ୟା ନେଇ ଏହାର ସମାଧାନ ନିମନ୍ତେ ପ୍ରତିବାଦରେ ଅଞ୍ଚଳବାସୀ ଫୁଲବାଣୀଠାରୁ ଭୁବନେଶ୍ୱର ଜାତୀୟ ରାଜପଥକୁ ଅବରୋଧ କରିଥିବା ହେତୁ ବସଟି ଗୁଦାରୀ ଜାହାଜପଡ଼ିଆ ଭାୟା ଦାତପାଜୁ ଦେଇ ଯାଉଥିବା ବେଳେ ପାକାଲାଙ୍ଗା ବିଦ୍ୟାଳୟ ଠାରେ ଏକ ଖାଲରେ ଚକା ପଡିଯିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା । ହେଲେ ଏକ ଗଛ ଥିବାରୁ ବସଟି ଓଲଟି ନଯାଇ ଗଛରେ ଲଦି ହୋଇଗଲା ଫଳରେ ଅଳ୍ପକେ ଯାତ୍ରୀମାନେ ବିପଦ ମୁହଁରୁ ବର୍ତ୍ତିଯାଇଥିବା ଜଣାପଡ଼ିଛି । ହେଲେ ମଧ୍ୟ ଯାତ୍ରୀମାନେ ସେଠାରେ ଘଣ୍ଟା ଘଣ୍ଟା ଧରି ଅଟକି ଯାଇ ବହୁ ସମସ୍ୟା ଭୋଗି ଥିଲେ ଘଟଣାର ଖବର ପାଇ ଅନେକ ଅଟୋ ଗାଡିବାଲା ଯାଇ ସମସ୍ତଙ୍କୁ ଉଦ୍ଧାର କରି ଫୁଲବାଣୀ ଆଣି ଛାଡିଥିଲେ ।ଘଟଣା ସ୍ଥଳରେ ଖଜୁରୀପଡ଼ା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି ।