ସିଏସ୍‌କେକୁ ଲାଗିପାରେ ବଡ ଝଟକ, ଏହି ଖେଳାଳି ହେଲେ ଆହତ

0 109

ନୂଆଦିଲ୍ଲୀ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୧ ର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ଆସନ୍ତା ୧୯ ରେ ପୁନଃ ଆରମ୍ଭ ହେବାକୁ ଯାଉଛି । ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଭେଟିବ । କିନ୍ତୁ ଦ୍ୱିତୀୟ ଚରଣର ପ୍ରଥମ ମ୍ୟାଚ୍‌ ପୂର୍ବରୁ ସିଏସ୍‌କେର ଭେଟେରାନ ଓପନର୍‌ ଫାଫ୍‌ ଡୁ ପ୍ଲେସିସ୍‌ ଗୁରୁତର ଆହତ ହୋଇଥିବା ଜଣାପଡିଛି ।
ଫାଫ୍‌ ଡୁ ପ୍ଲେସିସ୍‌ କାରିବିଆନ୍‌ ପ୍ରିମିୟର ଲିଗ୍‌ରେ ଖେଳୁଥିବା ସମୟରେ ଆହତ ହୋଇଛନ୍ତି । ରବିବାର ଦିନ ୨୮ ତମ ସିପିଏଲ୍‌ ମ୍ୟାଚ୍‌ରେ ସେଣ୍ଟ୍‌ ଲୁସିଆ କିଙ୍ଗସ୍‌ ବନାମ ବାରବାଡୋସ୍‌ ରୟାଲ୍ସ ମ୍ୟାଚ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକାର ଏହି କ୍ରିକେଟର ଆହତ ହୋଇଥିବା ଜଣାପଡିଥିଲା । ଏହି କାରଣରୁ ସେ ମ୍ୟାଚ୍‌ ଖେଳିପାରିନଥିଲେ ।
ବର୍ତ୍ତମାନ ସମୟରେ, ଫାଫ୍‌ ଡୁ ପ୍ଲେସିସ୍‌ଙ୍କ ଆଘାତର ଗମ୍ଭୀରତା ସମ୍ପର୍କରେ ସୂଚନା ସମ୍ପୂର୍ଣ୍ଣ ଭାବେ ପ୍ରକାଶ କରାଯାଇ ନାହଁ । ଏହି ମ୍ୟାଚ୍‌ ଆଘାତ ପୂର୍ବରୁ ଉତ୍କୃଷ୍ଟ ଫର୍ମରେ ଥିବା ଫାଫ୍‌ ଡୁ ପ୍ଲେସିସ୍‌ ପୂର୍ବରୁ ଏକ ମ୍ୟାଚ୍‌ରେ ଅପରାଜିତ ଶତକ ହାସଲ କରିଥିଲେ ।

hiranchal ad1
Leave A Reply

Your email address will not be published.

twenty − seventeen =