ଫୁଲବାଣୀ,୧୪/୯- କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମାରେ ଦିନକୁ ଦିନ ଚୋରି ହେଉଥିବା ଅଭିଯୋଗ ହେଉଛି । ଏବେ କିଛି ଦିନ ହେଲା ବାରମ୍ବାର ଅନେକ ଦୋକାନରୁ ଚୋରି ହେଉଛି । ବିଶେଷ କରି ମୋବାଇଲ୍ ଦୋକାନ ଗୁଡିକୁ ଟାର୍ଗେଟ କରାଯାଉଛି । ଗତ ବିଳମ୍ବିତ ରାତ୍ରରେ କନ୍ଧମାଳ ଏସପିଙ୍କ ବାସଗୃହ ନିକଟରେ ଥିବା ଏକ ମୋବାଇଲ୍ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଏବଂ ବିଭିନ୍ନ ମୋବାଇଲ୍ ସାମଗ୍ରୀ ଚୋରି ହୋଇଥିବା ଜଣାପଡିଛି ।
ଦୋକାନର ତାଲା ଭାଙ୍ଗି ଦୁର୍ବୃତ୍ତ ମାନେ ପ୍ରାୟ ୨ଲକ୍ଷଟଙ୍କାର ମୋବାଇଲ୍ ଏବଂ ମୋବାଇଲ୍ ସାମଗ୍ରୀ ଚୋରି କରିଛନ୍ତି ଏବଂ ଘଟଣା ସ୍ଥଳରେ ଫୁଲବାଣୀ ପୋଲିସ ଏବଂ ଅନୁସନ୍ଧାନ କୁକୁର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।