ସମ୍ବଲପୁର : ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇଛି । ଆଜି ସକାଳୁ ୬ଟି ଗେଟ୍ ଖୋଲାଯାଇଥିବା ବେଳେ ଆଜି ଅପରାହ୍ନ ୨ଟାରେ ଆଉ ୬ଟି ଗେଟ୍ ଖୋଲାଯିବ ବୋଲି ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତକାଲି ୬ଟି ଗେଟ୍ ଖୋଲାଯାଇଥିବା ବେଳେ ଆଜି ୬ଟି ଖୋଲାଯାଇଛି । ବର୍ତ୍ତମାନ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି ।