ମୂର୍ତ୍ତି ବଡ ସଂପର୍କରେ ଏମିତି କହିଲେ ଡିଏମ୍‌ଇଟି

0 58

କଟକ: ମୂର୍ତ୍ତି ର ଉଚ୍ଚତା ବଢିଲେ କରୋନା ବଢ଼ିଯିବ କି ? ପୂଜାରେ ମୂର୍ତିର ଉଚ୍ଚତା ୪ ଫୁଟରେ ସୀମିତ ରଖିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତିକୁ ନେଇ ଏଭଳି ପ୍ରଶ୍ନ ଉଙ୍କି ମାରିଛି  । ତେବେ ଏହି ପ୍ରସଙ୍ଗରେ ଡିଏମଇଟି ପ୍ରଫେସର ଡାକ୍ତର ସିବିକେ ମହାନ୍ତିଙ୍କ ମନ୍ତବ୍ୟ ସମସ୍ତଙ୍କୁ ଚକିତ କରିଦେବ । ମୂର୍ତି ବଡ଼ ହେଲେ ସଂକ୍ରମଣ ବଢ଼ିବ ବୋଲି ସେ କହିବା ସହ ତାହାର କାରଣ ବି ଉଲ୍ଳେଖ କରିଛନ୍ତି  । ଶ୍ରୀ ମହାନ୍ତି କହିଛନ୍ତିଯେ, ମୂର୍ତିର ଉଚ୍ଚତା ବଢ଼ିଲେ ମଣ୍ଡପରେ ଲୋକଙ୍କ ଭିଡ ବଢିବ । କାରଣ ମେଢ ସହ ସାଜସଜ୍ଜା ଲୋକଙ୍କୁ ଆକର୍ଷିତ କରିବ । ଲୋକଙ୍କ ମାନସିକତା ଦେଖି ଏହା ଆକଳନ କରାଯାଉଛି । ମୂର୍ତ୍ତି ସହିତ ସଂକ୍ରମଣର ପରୋକ୍ଷ ସମ୍ପର୍କ ଥିବା କହିଛନ୍ତି ଡିଏମଇଟି ପ୍ରଫେସର ଡାକ୍ତର ସି ବି କେ ମହାନ୍ତି । ସମ୍ପ୍ରତି କଟକରେ ଦୁର୍ଗା ମୂର୍ତ୍ତି ଉଚ୍ଚତାକୁ ନେଇ ବାଦବିବାଦ ଚାଲିଥିବା ବେଳେ ଏ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପ୍ରଫେସର ମହାନ୍ତି । ସେ କହିଛନ୍ତି, କେରଳର ଓନମ ଓ ମହାରାଷ୍ଟ୍ରର ଗଣେଶ ପୂଜାରୁ ଲୋକେ ଶିକ୍ଷାଲାଭ କରିବା କଥା । କେରଳରେ ଓନମ ପାଇଁ କଟକଣା ନରହିବାରୁ ସେ ରାଜ୍ୟରେ ଆଜି କୋଭିଡ ସ୍ଥିତି ସଙ୍ଗୀନ ରହିଛି । ମହାରାଷ୍ଟ୍ରରେ ଗଣେଶ ପୂଜା ପାଇଁ ଗତ ଜୁନ୍‌ ମାସରେ ସେଠାକାର ପୂଜା କମିଟି ଗୁଡିକ ସରକାରଙ୍କ ସହିତ ଏକମତ ହେବାରୁ କଟକଣା ଭିତରେ ପୂଜା କରାଗଲା । ଗଣେଶ ପୂଜା ପରେ ସେଠାରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣ ମଧ୍ୟରେ ରହିଛି । ତେଣୁ ଲୋକଙ୍କ ପାଇଁ ଜୀବନ ଓ ଜୀବିକା ଗୁରୁତ୍ୱପୂର୍ଣ୍ଣ । ଏବେ ଆମ ରାଜ୍ୟରେ କୋଭିଡ ନିୟନ୍ତ୍ରଣ ମଧ୍ୟରେ ରହିଛି । ଲକ୍‌ଡାଉନ ହଟିଯିବା ପରେ ଏକ ସ୍ୱାଭାବିକ ପରିସ୍ଥିତି ଫେରୁଛି । ପୁଣିଥରେ ଯଦି ପାର୍ବଣ ପାଇଁ ସଂକ୍ରମଣ ବଢେ କ୍ଲକ୍‌ଡାଉନ କିମ୍ବା ସଟ୍‌ଡାଉନ ପରିସ୍ଥିତି ଉପୁଜେ, ତେବେ ତାହା କେତେ ହାନିକାରକ ହେବ ସେ କଥା ସମସ୍ତେ ଚିନ୍ତା କରିବା ଉଚିତ୍‌ । ମା’ ସମସ୍ତଙ୍କ ହୃଦୟରେ ଅଛନ୍ତି ।  ସମସ୍ତେ ମା’ଙ୍କୁ ପ୍ରାର୍ଥନା କରନ୍ତୁ ଯେ, ଆଉ କୋଭିଡ୍‌ ନଆସୁ । ଆସନ୍ତା ବର୍ଷକୁ ପୂଜାକୁ ପୂର୍ବଭଳି ଜାକଜମକରେ କରାଯିବ ବୋଲି ପ୍ରଫେସର ମହାନ୍ତି କହିଛନ୍ତି ।

hiranchal ad1
Leave A Reply

Your email address will not be published.

nineteen + 5 =