ପାତାଳି ଶ୍ରୀକ୍ଷେତ୍ରରୁ ଚୋରି, ଜିଲ୍ଲାସାରା ତୀବ୍ର ପ୍ରତିକ୍ରିୟା

0 186

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର କୋଟସମଲାଇ ଅନ୍ତର୍ଗତ ପାତାଳି ଶ୍ରୀକ୍ଷେତ୍ରର ମୁଖ୍ୟ ମନ୍ଦିରରୁ ଚୋରି ହୋଇଥିବାର ଜଣାଯାଇଛି । ଗତକାଲି ପୂଜାକରିବାକୁ ସକାଳୁ ମନ୍ଦିର ପୂଜକ ଚିତ୍ତରଞ୍ଜନ ପାଢ଼ୀ, ଗୁଣ ସାଗର ପଣ୍ଡା ଆସିବା ପରେ ମୁଖ୍ୟ ମନ୍ଦିରର ତାଲା ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ ପରେ ଏ ସଂପର୍କରେ ସେ ମନ୍ଦିର ପରିଚାଳନା କମିଟିର ସଭ୍ୟଙ୍କୁ ଜଣେଇଥିଲେ ପରେ ବୀରମହାରାଜପୁର ପୋଲିସ ଘଟଣା ସ୍ଥଳକୁ ଆସି ଅନୁସନ୍ଧାନ ଆରମ୍ଭ କରିଥିଲେ । ପ୍ରାଥମିକ ଆକଳନରୁ ମନ୍ଦିର ସାମ୍ନାରେ ଥିବା ଦାନବାକ୍ସକୁ ଉଠାଇ ନେବାପରେ ମୁଖ୍ୟ ମନ୍ଦିରର ତାଲାଭାଙ୍ଗି ଗର୍ଭଗୃହରେ ଥିବା ଠାକୁରଙ୍କ ପାଟବସ୍ତ୍ର, ରୂପାଗଡୁ, ଛୋଟବାକ୍ସରେ ଥିବା ୧୪ ହଜାର ଟଙ୍କା ନେଇଯାଇଥିଲେ । ଦୁର୍ବୃତ୍ତ ମୁଖ୍ୟହୁଣ୍ଡିରେ ଥିବା ସମସ୍ତ ଟଙ୍କାକୁ ନେଇଯାଇ ଅନତିଦୂରରେ ଭଙ୍ଗାହୁଣ୍ଡିକୁ ଫୋପାଡି ଦେଇଥିଲେ । ଘଟଣା ସମ୍ପର୍କରେ ଖବରପାଇ ବୀରମହାରାଜପୁର ଉପଖଣ୍ଡ ପୋଲିସ ଅଧିକାରୀ ଡୋଳାମଣି ଭୋଇ ଥାନା ଅଧିକାରୀ ଅଞ୍ଜଳି କୁମ୍ଭାର ସଦଳବଳେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି । ହୁଣ୍ଡିଟି ପଡ଼ିଥିବା ସ୍ଥାନରୁ ପୋଲିସ ୮୮୩୪ ଟଙ୍କା ଜବତ କରି ଅଧିକ ଅନୁସନ୍ଧାନ ଜାରିରଖିଛି । ଏସଂପର୍କରେ ପୋଲିସ କେସ ନମ୍ବର ୧୮୬/୨୧ ରେ ଏକ ମାମଲା ରୁଜୁ ହୋଇଛି । ପାତାଳି କ୍ଷେତ୍ରରେ ଏପରି ଚୋରି ଘଟଣାକୁ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇ ପୋଲିସ ତୁରନ୍ତ ଦୁର୍ବୃତ୍ତଙ୍କୁ ଗିରଫ କରି ଚୋରି ସାମଗ୍ରୀ ଉଦ୍ଧାର କରିବାକୁ ଜନସାଧାରଣ ଦାବିକରିଛନ୍ତି । ସ୍ମରଣଯୋଗ୍ୟ ଯେ ପାତାଳି କ୍ଷେତ୍ରରେ ଏକ ପୋଲିସ ଫାଣ୍ଡି ସ୍ଥାପନ ନେଇ ଆଗରୁ ଅନେକ ଥର ଦାବି ଉପସ୍ଥାପନ ହେବାପରେ ତତ୍କାଳୀନ ଆରକ୍ଷୀ ଅଧ୍ୟକ୍ଷ ଆମକୁ ଜାଗା ଦେଲେ ତୁରନ୍ତ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ ହେଁ ସ୍ଥାନୀୟ ତହସିଲଦାରଙ୍କ ପାଖରେ ଫାଇଲ ଅଟକି ରହିଥିବା ଘଗଣାକୁ ଜିଲ୍ଲାବାସୀ ନାପସନ୍ଦ କରିଛନ୍ତି ।

hiranchal ad1
Leave A Reply

Your email address will not be published.

20 + 19 =