ଇଂଜିନିୟରିଂ ଦିବସ ପାଳନ

0 159

ଗୁମ୍ମା : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଭାଗୃହରେ ଆଜି ଓଡିଶା ଡିପ୍ଲୋମା ଇଂଜିନିୟରିଂ ସେବା ସଂଘ ଗଜପତି ଶାଖା ଏବଂ ରାମକୋ ସିମେଣ୍ଟ ସହଯୋଗରେ ଇଂଜିନିୟରିଂ ଦିବସ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗୁମ୍ମା ବିଡ଼ିଓ ନଟବର ଗରଡ଼ ଯୋଗ ଦେଇ ଥିବା ବେଳେ ଜିଲ୍ଲା ଇଂଜିନିୟରିଂ ସଙ୍ଘର ସଭାପତି ଇଂ. କେ ନାଗେଶ୍ୱର ସେନାପତି, ଦକ୍ଷିଣାଞ୍ଚଳ ମହାମଣ୍ଡଳ ସଂପାଦକ ଇଂ. ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, ଜିଲ୍ଲା ସଂପାଦକ ଉଦୟ ଭାନୁ ମହାନ୍ତି ସେଲସ ମ୍ୟାନେଜର ରାଜୀବ କୁମାର ପାତ୍ର, ସୁପରଟେଣ୍ଡ ଇଂଜିନିୟରିଂ ସଂପତ ରାଓ ମଞ୍ଚସୀନ ଅତିଥି ଥିଲେ । ପ୍ରଥମେ ସାର ମୋକ୍ଷଗୁଣ୍ଡମ ବିଶ୍ୱସ୍ୱରାୟଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ସଭା ଆରମ୍ଭ କରିଥିଲେ । ମୁଖ୍ୟବକ୍ତା ଇଂ ରାଧାକାନ୍ତ ସାବତ ଓ ଇଂ. ଶିବ ପ୍ରସାଦ ପାଳ ସାର ମୋକ୍ଷଗୁଣ୍ଡମ ବିଶ୍ୱସ୍ୱରାୟ ଜୀବନୀ ବିଷୟରେ ଆଲୋକପାତ କରିଥିଲେ ଏବଂ ଗୁମ୍ମା କନିଷ୍ଠ ଯନ୍ତ୍ରୀ ଅଜୟ କୁମାର ସାମଲ ଓ ସହକାରୀ ନିର୍ବାହି ଯନ୍ତ୍ରୀ ମୋହିତ ଆଚାର୍ଯ୍ୟ ସାର ମୋକ୍ଷଗୁଣ୍ଡମ ବିଶ୍ୱସ୍ୱରାୟଙ୍କ ବିଷୟରେ କିଛି ମନ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ବିଡ଼ିଓ ଶ୍ରୀ ଗରଡ଼ ତାଙ୍କ ଅଭିଭାଷଣରେ ଆଜି ପଞ୍ଚାୟତରାଜରେ ଇଂଜିନିୟରିଂମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ଇଂଜିନିୟରମାନଙ୍କ ଅବଦାନ ଯୋଗୁଁ ବହୁ ଉନ୍ନତିମୂଳକ ଯୋଜନା କାର୍ଯ୍ୟକାରୀ ହୋଇଛି । ଜୋନାଲ ସଂପାଦକ ଇଂ. ଶ୍ରୀ ତ୍ରିପାଠୀ ବହୁ ସୁନ୍ଦର ଭାବରେ ଗୀତ ରଚନାରେ ଇଂଜିନିୟରମାନଙ୍କ ପିତା ସାର ମୋକ୍ଷଗୁଣ୍ଡମ ବିଶ୍ୱସ୍ୱରାୟଙ୍କ ଆଜି ଇଂଜିନିୟରିଂ ମାନେ ଗର୍ବିତ ତାଙ୍କ କାର୍ଯ୍ୟ ଯୋଗୁଁ ଭାରତ ସରକାର ତାଙ୍କୁ ତୁରନ୍ତ ଉପାଧି ଦେଇଥିଲେ ବୋଲି କହିଥିଲେ । ରାମକ ସିମେଣ୍ଟ ସିଏଣ୍ଡଏଫ ପ୍ରକାଶ ପାତ୍ର ଗୁଣବତ୍ତା ବିଷୟରେ ସର୍ବଶେଷ ତଥ୍ୟ ପ୍ରଦାନ କରିଥିଲେ ଏବଂ ରାମକୋ ଦକ୍ଷିଣ ଓଡ଼ିଶାର ଇଂ. ଚନ୍ଦନ କୁମାର ପାଣି ଓ ଇଂ କୃଷ୍ଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

eight + 7 =