ନାଳରେ ଭାସି ବୃଦ୍ଧ ନିଖୋଜ

0 106

ଖଣ୍ଡପଡା : ଲଗାଣ ବର୍ଷା ଯୋଗୁଁ ନଦୀ ନାଳଗୁଡିକର ଜଳସ୍ତର ବୃଦ୍ଧି ପାଉଛି । ଖଣ୍ଡପଡା ଅଞ୍ଚଳରେ ସବୁ ଛୋଟ ବଡ ଜଳାଶୟଗୁଡିକର ପାଣି ବଢିଥିବା ଦେଖାଦେଇଛି । ତେବେ ମଙ୍ଗଳବାର ମାଛ ଧରିବାକୁ ଯାଇ ଗଭୀର ଜଳରେ ଭାସି ନିଖୋଜ ହୋଇ ଯାଇଛନ୍ତି ବୃଦ୍ଧ । ତାଙ୍କ ବୟସ ୬୦ ବର୍ଷ । ଏଭଳି ଅଭାବନୀୟ ଘଟଣା ଘଟିଛି ଖଣ୍ଡପଡା ମର୍ଦରାଜପୁର ଗାଁର ରଥିଆ ନାଳଠାରେ । ମର୍ଦରାଜପୁର ଗାଁର ଦୁଃଶାସନ ଦାସ ରଥିଆ ନାଳକୁ ମାଛ ଧରିବାକୁ ଯାଇଥିବା ବେଳେ କେଉଁଆଡେ ନିଖୋଜ ହୋଇ ଯାଇଥିଲେ । ଘର ଲୋକେ ବହୁ ଖୋଜାଖୋଜି କରି ତାଙ୍କୁ ପାଇନଥିଲେ । ତେବେ ତାଙ୍କର ଟର୍ଚ୍ଚ ଓ ଚପଲ ରଥିଆ ନାଳ ନିକଟରେ ଥିବା ଦେଖି ପାଣିରେ ଭାସିଯାଇଥିବା ସନ୍ଦେହ କରାଯାଉଛି । ଦୁଃଶାସନଙ୍କ ପରିବାର ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ଖୋଜାଖୋଜି କରିଥିଲେ ହେଁ ଦୁଃଶାସନଙ୍କ ପତ୍ତା ମିଳି ନଥିଲା ।

hiranchal ad1
Leave A Reply

Your email address will not be published.

9 − 6 =