ବ୍ଲକ କାର୍ଯ୍ୟାଳୟ ପରିସରରେ ଲୋକପ୍ରତିନିଧିଙ୍କ ଆମରଣ ଅନଶନ ପ୍ରତିବାଦ

0 136

ଦାରିଙ୍ଗବାଡି,୧୬/୯: କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଳକ କାର୍ଯ୍ୟାଳୟରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ମନମୁଖି ଶାସନ ଏବଂ ସ୍ଥାନୀୟ ଜି ଉଦୟଗିରି ବିଧାୟକ ଦାରିଙ୍ଗବାଡିରେ ବିଜୁ ପାଠାଗାର ନାମରେ ସରକାରୀ ଜମି ହଡ଼ପ କରି ସେଠାରେ ବେଆଇନ ଗୃହ ନିର୍ମାଣ କରୁଥିବା ଇତ୍ୟାଦି ୫ଦଫା ଦାବି ନେଇ ସେମାନଙ୍କ ବିରୁଦ୍ଧରେ ଅଭିଯୋଗରେ ବ୍ଳକ ଅଧ୍ୟକ୍ଷା ରୁଦା ମଲ୍ଲିକଙ୍କ ନେତୃତ୍ୱରେ ଉପାଧ୍ୟକ୍ଷ ରମାକାନ୍ତ ବଳିଆର ସିଂ ଏବଂ ବିଭିନ୍ନ ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟା ସଭ୍ୟ ପ୍ରମୁଖ ଆମରଣ ଅନଶନରେ ବ୍ଳକ କାର୍ଯ୍ୟାଳୟ ପରିସରରେ ବସିଛନ୍ତି । ସେମାନଙ୍କ ଅଭିଯୋଗ ହେଲାଯେ ବ୍ଳକ କାର୍ଯ୍ୟାଳୟରେ କାର୍ଯ୍ୟାଦେଶ ଦେବା ପୁର୍ବରୁ ଚଞ୍ଚକତା କରି କାର୍ଯ୍ୟ ଶେଷ କରାଯାଉଛି । ଖୋଦ ଜି-ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ନିଜର କ୍ଷମତା ପ୍ରୟୋଗ କରି ବିଜୁ ପଟ୍ଟନାୟକଙ୍କ ନାମରେ ପାଠାଗାର କରିବା ଆଳରେ ନିଜପାଇଁ କୋଠା ନିର୍ମାଣ କରୁଛନ୍ତି । ସେହି କାର୍ଯ୍ୟର କୌଣସି ସରକାରୀ ତଥ୍ୟ ନଥିବାବେଳେ ସେ ବିଧାୟକ ଥିବାରୁ ଚଞ୍ଚକତା କରି ସରକାରୀ ଜମିକୁ ହାତେଇଛନ୍ତି ବୋଲି ସମିତି ସଦସ୍ୟ ସଦସ୍ୟା ଓ ସରପଞ୍ଚ ଅଭିଯୋଗ କରି ଆମରଣ ଅନଶନରେ ଧାରଣାରେ ବସିଛନ୍ତି । ନିର୍ବାଚନ ପ୍ରତିନିଧି ମାନଙ୍କର ସ୍ୱତନ୍ତ୍ର କ୍ଷମତା କ୍ଷୁର୍ଣ୍ଣକରି ସେମାନଙ୍କୁ ନଜଣାଇ ମନମୁଖୀ କାର୍ଯ୍ୟ କରାଯାଉଛି । ସେହିପରି ଦାରିଙ୍ଗବାଡି ବ୍ଲକ ସହକାରୀ ନିର୍ବାହୀଯନ୍ତ୍ରୀ ବବୃବାହନ ବେହେରା ବିଧାୟକଙ୍କ ହାତବାରିସି ସାଜି ବିଧାୟକଙ୍କ ନାମରେ ବିଶୃଙ୍ଖଳା କରୁଥିବା ଅଭିଯୋଗ କରିଛନ୍ତି । ଏଣୁ ଏଠାରେ ଯଥାଶୀଘ୍ର ଆଇନ ଅନୁସାରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଜନ ପ୍ରତିନିଧିମାନେ ନଚେତ ଦାବି ପୂରଣ ନହେବା ଯାଏ ଏହି ଆନ୍ଦୋଳନ ଓ ଆମରଣ ଅନଶନ ଜାରି ରହିବା ସହିତ ଆଗାମୀ ଦିନରେ ଏହାର ପରିଣତି ଭୟାବହ ହେବ ବୋଲି ବ୍ଲକ ଉପାଧ୍ୟକ୍ଷ ରମାକାନ୍ତ ବଳିଆର ସିଂ ଙ୍କ ସମେତ ସମସ୍ତ ବିକ୍ଷୋଭକାରୀ ଜନପ୍ରତିନିଧି ମାନେ ଚେତାବନୀ ଦେଇଛନ୍ତି । ଆଜି ସକାଳ ୧୦ଟା ସମୟରେ ଜନ ପ୍ରତିନିଧି ମାନେ ଦାରିଙ୍ଗବାଡି ବସଷ୍ଟାଣ୍ଡ ଠାରୁ ବିକ୍ଷୋଭକାରୀ ମାନେ ହାତରେ ପ୍ଳାକାର୍ଡ,ବ୍ୟାନର ଧରି ବିରାଟ ଶୋଭାଯାତ୍ରାରେ ବାହାରି ବ୍ଳକ କାର୍ଯ୍ୟାଳୟ ପରିସରରେ ପହଞ୍ଚି ସେଠାରେ ଅନଶନରେ ବସିଛନ୍ତି । ଦାବି ପୂରଣ ନ ହେବା ଯାଏଁ ଏହି ଆନ୍ଦୋଳନ ଚାଲିବ ବୋଲି ଅଧ୍ୟକ୍ଷା,ଉପାଧ୍ୟକ୍ଷ ସମେତ ସରପଞ୍ଚ ଶ୍ୟାମଘନ ପ୍ରଧାନ,ରାଧାକାନ୍ତ ପ୍ରଧାନ,ଆରତୀ ମଳିକ, ରମେଶ ମାଝୀ,ଚନ୍ଦ୍ରକାନ୍ତ ମୁଠାମାଝୀ,କେଶବସେନ ମୁଠାମାଝୀ,ସମିତିସଭ୍ୟ କରମ ସିଂ,ନିର୍ମଳା ସାହୁ,ଉପେନ୍ଦ୍ର ମୁଠାମାଝୀ,ସୂର୍ଯ୍ୟକାନ୍ତ ପ୍ରଧାନ,ନିଳାମ୍ବର ପ୍ରଧାନ,ଆରତୀ ପ୍ରଧାନ ପ୍ରମୁଖ ଚେତାବନୀ ଦେଇଛନ୍ତି । ଘଟଣାସ୍ଥଳରେ ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ପୁଜାରୀ, ଦାରିଙ୍ଗବାଡି ତହସିଲଦାର ଚାର୍ଲସ ନାୟକ ଥାନା ଅଧିକାରୀ କୌଶିକ ମାଝୀ ପ୍ରମୁଖ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଖବର ଲେଖା ସୁଦ୍ଧା ଆମରଣ ଅନଶନରେ ବସିଥିବା ଜନ ପ୍ରତିନିଧି ମାନଙ୍କ ନିକଟରେ କୌଣସି ଉଚ୍ଚ ପଦସ୍ଥ ପଦାଧିକାରୀ ମାନେ ପହଞ୍ଚି ନଥିବା ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ଏନେଇ ଜି ଉଦୟଗିରି ବିଧାୟକଙ୍କ ଫୋନ ଯୋଗେ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରାଯାଇଥିବା ବେଳେ ତାହା ସମ୍ଭବ ହୋଇପାରିନାହିଁ ।

hiranchal ad1
Leave A Reply

Your email address will not be published.

15 − nine =