ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

0 69

ପାଟଣାଗଡ଼ : ଗୁରୁବାର ବିଳମ୍ବିତ ରାତିରେ ବ୍ରାହ୍ମଣୀ ଗାଁରେ ହାତୀ ଆକ୍ରମଣରେ ଜଣେ ମୃତ ଓ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ହରିଶଙ୍କର ବନାଞ୍ଚଳରେ ଗତ କିଛି ଦିନ ହେଲା ହାତୀର ଆତଙ୍କ ଖେଳିଯାଇଛି । ଗତକାଲି ରାତି ପ୍ରାୟ ୧୦ ଟା ବେଳକୁ ବ୍ରାହ୍ମଣୀ ଗାଁର କମାରପଡ଼ାକୁ ହାତୀ ପଶି ୩ ବଖରା ଘର ଧ୍ୱଂସ କରି ଦେବା ସହ ଜଣକୁ ଘରୁ ଟେକି ନେଇ କଚାଡି ମାରି ଦେଇଥିଲା । ଏ ସଂପର୍କରେ ଗ୍ରାମବାସୀ ହରିଶଙ୍କର ରେଞ୍ଜର ଶ୍ରୀବତ୍ସ କୁମରାକୁ ଜଣାଇଥିଲେ । ରେଞ୍ଜରଙ୍କ ନିର୍ଦ୍ଦେଶନାରେ ହରିଶଙ୍କର ଫରେଷ୍ଟର ପ୍ରିୟବ୍ରତ ମହାକୁର ଓ ଫରେଷ୍ଟ ଗାର୍ଡ ମହେନ୍ଦ୍ର କାଲ ସାଏ ସହ ବନ ବିଭାଗ କର୍ମଚାରୀମାନେ ଗାଁକୁ ଆସି ହାତୀକୁ ଭଗାଇବା ପାଇଁ ଚେଷ୍ଟା କରିଥିଲେ ଏବଂ ଗ୍ରାମବାସୀଙ୍କୁ ମାଇକ ଯୋଗେ ସତର୍କର ଆହ୍ୱାନ ଦେଇଥିଲେ । ରାତିସାରା ଫରେଷ୍ଟର ପ୍ରିୟବ୍ରତ ମହାକୁର ସମେତ ବନ କର୍ମଚାରୀମାନେ ଜଗି ରହିଥିଲେ । ଶୁକ୍ରବାର ଦିନ ଭୋର ସକାଳ ୫:୩୦ ଟା ଗାଁର ନାମକ ଜଣେ ଯୁବକ ଶୌଚ ପାଇଁ ନାଳ ଅତିକ୍ରମ କରି ଯାଇଥିଲା । ସେହି ସମୟରେ ତାକୁ ହାତୀ ଆକ୍ରମଣ କରିଥିବାରୁ ସେ ଗୁରୁତର ଆହତ ହୋଇ ପଡିରହିଥିଲେ । ଗାଁ ଲୋକ ଶୌଚ ପାଇଁ ଯାଇଥିବା ବେଳେ ତାଙ୍କୁ ଦେଖି ଥିଲେ ତାପରେ ଗ୍ରାମର ଶତାଧିକ ଲୋକ ସମେତ ଭାନପୁର ପଞ୍ଚାୟତ ସରପଞ୍ଚ ତ୍ରିନାଥ ବାରିକ ଯାଇ ସମସ୍ୟା ସମ୍ପର୍କରେ ଆଲୋଚନା କରୁଥିଲେ । ବିଲମ୍ବିତ ରାତି ରେ ଖପ୍ରାଖୋଲ ପୋଲିସ କୁ ଏ ବିଷୟରେ ଅବଗତ କରାଯାଇଥିଲା । ଆଜି ସକାଳ ୭:୩୦ ହରିଶଙ୍କର ଫାଣ୍ଡି ଅଧିକାରୀ ସାୱନ କେରକେଟା ନିଜ ଟିମ୍‌ ସହ ପହଞ୍ଚି ଗୁରୁତର ଆହତ ଯୁବକକୁ ଖପ୍ରାଖୋଲ ଡାକ୍ତରଖାନାକୁ ପଠାଇ ଦେଲେ । ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ପାଇଁ ଖପ୍ରାଖୋଲ ଡାକ୍ତରଖାନାକୁ ପଠାଯାଇଛି । ମୃତକ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ।

hiranchal ad1
Leave A Reply

Your email address will not be published.

17 − 4 =