ଜନ୍ମ ଶତବାର୍ଷିକୀ ଅବସରରେ ବିଶିଷ୍ଟ ଶିକ୍ଷାବିତ ପ୍ରଫୁଲ୍ଲ ପତିଙ୍କୁ ଶ୍ରଦ୍ଧାଞ୍ଜଳି

0 65

ସମ୍ବଲପୁର:ଓଡ଼ିଶାର ଜଣେ ସୁଯୋଗ୍ୟ ସନ୍ତାନ ଭାବେ ସ୍ୱର୍ଗତ ପ୍ରୋ. ପ୍ରଫୁଲ୍ଲ କୁମାର ପତିଙ୍କ ଜନ୍ମ ଶତବାର୍ଷିକୀ ଆଜି ମହା ସମାରୋହରେ ପାଳିତ ହୋଇଯାଇଛି । ସମ୍ବଲପୁର ମାଟିର ଜଣେ ଅବିସ୍ମରଣୀୟ ବ୍ୟକ୍ତି ସହିତ ପ୍ରୋ. ପତି ଜଣେ ବିଦ୍ୱାନ, ଶିକ୍ଷାବିତ ଓ ସର୍ବୋପରି ଜଣେ ସଫଳ ପ୍ରଶାସକ ଭାବରେ ପରିଚିତ । ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଧ୍ୟାପକ ଓ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବା ସହିତ ସେ ଶେଷରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ଓ ଓଡ଼ିଶା ପବ୍ଲିକ ସର୍ଭିସ କମିଶନର ସଭ୍ୟ ଭାବରେ ସେ ହେବାରୁ ଅବ୍ୟାହତ ନେଇଥିଲେ । ବୁଦ୍ଧିଜୀବୀଙ୍କ ଏହି ସମାବେଶରେ ତାଙ୍କର ଉଲ୍ଲେଖନୀୟ ଜୀବନର କିଛି ଅଭୁଲା ମୁହୁର୍ତ୍ତ ଉପରେ ଆଲୋକପାତ କରାଯାଇଥିଲା । ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ଓ ଓଡ଼ିଶା ସାଂସ୍କୃତିକ ସମାଜଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ କୁଳପତି ପ୍ରୋ. ଏନ୍‌ ନାଗରାଜୁ ଆମନ୍ତ୍ରିତ ରହିଥିଲେ । ସେ ନିଜ ବକ୍ତବ୍ୟରେ ପ୍ରୋ ପତିଙ୍କ ଜୀବନୀରୁ କେତେକ ମୂଲ୍ୟବାନ ଘଟଣା ସହିତ ତାଙ୍କର ବିଲକ୍ଷଣ ବ୍ୟକ୍ତିତ୍ୱ ବିଷୟରେ ଉଲ୍ଲେଖ କରିଥିଲେ । ଓଡ଼ିଶାର ଉଚ୍ଚ଼ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବିସ୍ମରଣୀୟ ଯୋଗଦାନ କଥା ସେ ଉଲ୍ଲେଖ କରିଥିଲେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଓ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ସଭ୍ୟ ପ୍ରୋ. ଆଦିତ୍ୟ ପ୍ରସାଦ ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରସ୍ତୁତ କରି ପ୍ରୋ. ଶଙ୍କର ପତି ମଧ୍ୟ ସେହି ମହାନ ବ୍ୟକ୍ତିବିଶେଷଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଉଲ୍ଲେଖ କରିଥିଲେ । ଲାଇବ୍ରେରୀ ସମ୍ପାଦକ ରଘୁନାଥ ମିଶ୍ର ଅତିଥି ପରିଚୟ ଦେବା ସହିତ ପ୍ରୋ. ପତିଙ୍କ ସହିତ ତାଙ୍କର ବ୍ୟକ୍ତିଗତ ଅନୁଭୁତି ବିଷୟରେ ଜଣାଇଥିଲେ । ଓଡ଼ିଶା ସାଂସ୍କୃତିକ ସମାଜ ସଭାପତି ପ୍ରଫୁଲ୍ଲ ହୋତାଙ୍କ ଦ୍ୱାରା ଧନ୍ୟବାଦ ଜ୍ଞାପନ ପରେ ସଭା ସାଙ୍ଗ ହୋଇଥିଲା ।

hiranchal ad1
Leave A Reply

Your email address will not be published.

2 × four =