ବାର୍ଥ ଡେ ସ୍ପେଶାଲ : ସନ୍ନ୍ୟାସୀ ହେବାକୁ ଚାହୁଁଥିଲେ ମୋଦି, କିନ୍ତୁ ଏହି ଗୁରୁଙ୍କ…

0 77

ନୂଆଦିଲ୍ଲୀ : ଆଜି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ଆଜି ତାଙ୍କୁ ୭୧ ବର୍ଷ ହୋଇଗଲା । ତାଙ୍କର ଜନ୍ମ ୧୭ ସେପ୍ଟେମ୍ବର ୧୯୫୦ ମସିହାରେ ହୋଇଥିଲା । ମୋଦିଙ୍କ ରେଳୱେ ଷ୍ଟେସନରେ ଚା ବିକିବାଠୁ ଆରମ୍ଭ କରି ଦେଶର ପ୍ରଭାବଶାଳୀ ପ୍ରଧାନମନ୍ତ୍ରୀ ହେବା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାଦାୟକ । ଏହି ଦିବସରେ ଆମେ ଆପଣଙ୍କ ନରେନ୍ଦ୍ର ମୋଦିଙ୍କ ଗୁରୁଙ୍କ ବିଷୟରେ ଜଣାଇବୁ, ଯିଏ ମୋଦିଙ୍କୁ ପିଏମ୍ କରିବାରେ ପ୍ରମୁଖ ଭୂମିକା ନିଭାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ସାଧାରଣ ଜୀବନ ପରିତ୍ୟାଗ କରି ସନ୍ନ୍ୟାସୀ ହେବାକୁ ଚାହୁଁଥିଲେ । ଏହି ସମୟରେ ତାଙ୍କ ଜୀବନରେ ଜଣେ ଗୁରୁଙ୍କ ଆଗମନ ହେଲା ଓ ପୁଣି ତାଙ୍କ ରାସ୍ତା ବଦଳିଲା । ଏହି ଗୁରୁଙ୍କ ନାମ ହେଲା ସ୍ୱାମୀ ଆତ୍ମାସ୍ଥାନନ୍ଦ । ଏହା ୧୯୯୬ ମସିହାରେ ଯେବେ ସ୍ୱାମୀ ଆତ୍ମସ୍ଥାନନ୍ଦ ଆର୍‌କେଏମ୍ ଆଶ୍ରମ ସମ୍ଭାଳିବା ପାଇଁ ଗୁଜୁରାଟର ରାଜକୋଟ ଆସିଥିଲେ ।

hiring

ସ୍ୱାମୀ ବିବେକାନନ୍ଦଙ୍କ ଜୀବନଶୈଳୀରେ ପ୍ରେରିତ ହୋଇ ଯୁବ ନରେନ୍ଦ୍ର ରାଜକୋଟରେ ସ୍ୱାମୀଜୀଙ୍କ ଯାତ୍ରା ସମୟରେ ତାଙ୍କ ଦ୍ୱାରରେ ପହଞ୍ଚି ସ୍ୱାମୀଜୀଙ୍କ ଶରଣ ନେଇଥିଲେ । ସ୍ୱାମୀ ଆତ୍ମସ୍ଥାନନ୍ଦ ଆଶ୍ରମରେ କିଛି ସମୟ ବିତାଇବା ପରେ ମୋଦି ତାଙ୍କୁ କହିଥିଲେ ମୁଁ ସନ୍ନ୍ୟାସୀ ହେବାକୁ ଚାହୁଁଛି । ପ୍ରତି ଉତ୍ତରରେ ସ୍ୱାମୀ କହିଥିଲେ ସନ୍ନ୍ୟାସୀ ହେବା ତମ ପାଇଁ ଠିକ୍ ନୁହେଁ । ରାଜକୋଟ ଆଶ୍ରମ କୌଣସି ପରିସ୍ଥିତିରେ ମଧ୍ୟ ତମକୁ ସନ୍ନ୍ୟ।ସୀ କରିପାରିବ ନାହିଁ । ମୋଦିଙ୍କୁ ତାଙ୍କର ଇଚ୍ଛା ପୂରଣ ପାଇଁ ବେଲୁରର ଆକେଏମ୍ ମୁଖ୍ୟାଳୟକୁ ଯିବାକୁ ପଡିଥିଲା । ସ୍ୱାମୀ ଆତ୍ମସ୍ଥାନନ୍ଦ ଆରକେଏମ୍‌ର ତତ୍କାଳୀନ ପ୍ରଧାନ ସ୍ୱାମୀ ମାଧବ ନନ୍ଦଙ୍କୁ ଏକ ପତ୍ର ଲେଖିଥିଲେ ଓ ପତ୍ର ସହ ମୋଦିଙ୍କୁ ବେଲରୁ ପଠାଇଥିଲେ ।

ମାଧବ ନନ୍ଦ ମଧ୍ୟ ମୋଦିଙ୍କ ଅନୁରୋଧ ଖାରଜ କରିଦେଇଥିଲେ । ସେ ମୋଦିଙ୍କୁ କହିଥିଲେ ତୁମର କାମ ଲୋକଙ୍କ ଭିତରେ । ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ତାଙ୍କୁ ବହୁ ଥର ସାକ୍ଷାତ କରିଛନ୍ତି । କୁହାଯାଏ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୀତିରେ ଯୋଗ ଦେବା ପାଇଁ ସେ ଉତ୍ସାହିତ କରିଥିଲେ । ମୋଦିଙ୍କ ଗୁରୁ ଆତ୍ମାସ୍ଥାନନ୍ଦ ମହାରାଜ ୧୮ ଜୁନ୍ ୨୦୧୭ରେ ପରଲୋକ ଗମନ କରିଥିଲେ ।

hiranchal ad1
Leave A Reply

Your email address will not be published.

one × three =