ବିଞ୍ଝାଲ ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ

0 208

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ସର୍ବଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ ପର୍ଲିମାଲ ଗ୍ରାମର ହାଇସ୍କୁଲ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଠିତ ନୂଆଁଖାଇ ଭେଟଘାଟ କାର୍ଯ୍ୟ କ୍ରମରେ ବେଲପଡା ବ୍ଳକ ସଭାପତି ସୁଗ୍ରେସ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୂଆଁଖାଇ ଭେଟଘାଟ ଉତ୍ସବରେ ଉପଲାଟ ସଭାପତି ତଥା ବଲାଙ୍ଗୀର ଜିଲ୍ଲା ସଭାପତି ଚନ୍ଦ୍ରଶେଖରବାଗ ମୁଖ୍ୟ ଅତିଥି, ବଲାଙ୍ଗୀର ବ୍ଲକ ସଭାପତି କୁଶ ବରିହା, ଜିଲ୍ଲା ସଂପାଦକ ଗନ୍ଧର୍ବ ବରିହା, ଜିଲ୍ଲା କୋଷାଧ୍ୟକ୍ଷ ଯୁଗଳ କିଶୋର ବରିହା, ଜିଲ୍ଲା ସହ ସଂପାଦକ ଦୁର୍ଯୋଧନ ବରିହା, ଖପ୍ରାଖୋଲ ସଭାପତି ଚନ୍ଦ୍ରଶେଖର ବରିହା, ଜିଲ୍ଲା ମିଡ଼ିଆ ସେଲ୍‌ ସଂଯୋଜକ ଗୋରେଖନାଥ ବରିହା, ପାଟଣାଗଡ଼ ଯୁବ ମୋର୍ଚ୍ଚା ସଭାପତି ଗୈାରୀଶଙ୍କର ବରିହା, ତୁରେକେଲା ବ୍ଲକ ସଭାପତି ହରିହର ବରିହା, ବଙ୍ଗୋମୁଣ୍ଡା ବ୍ଳକ ସଭାପତି ଶାନ୍ତନୁ ବରିହା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ପ୍ରାରମ୍ଭରେ ସମାଜର ଇଷ୍ଟ ଦେବୀ ମାଁ ବିନ୍ଧ୍ୟ ବାସିନୀଙ୍କ ପୂଜାର୍ଚ୍ଚନା ସହ ସାମୁହିକ ପ୍ରାର୍ଥନା କରାଯାଇଥିଲା । ସଭା ପ୍ରାରମ୍ଭରେ ନୂଆଚୁରାକୁଣା, ପିଠାକୁରେ ପତ୍ରରେ ଅପୟାତ କରିବା ସହ ସମସ୍ତେ ଭକ୍ଷଣ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ବାଗ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ନୂଆଁଖାଇ ଭେଟଘାଟର ମହତ୍ତ୍ୱ , ପରମ୍ପରା ଉଦେଶ୍ୟ, ତାତ୍ପର୍ଯ୍ୟ, ରୀତିନୀତି ଉପରେ ବିଶଦ ଭାବରେ ଆଲୋକପାତ କରିବା ସହ ଭାଇଚାରାର ପର୍ବ, ରାଗ ଦ୍ୱେ୍ୱଷ , ମନର ଅହଂକାର ଦୂର ହୋଇଥାଏ । ତେଣୁ ଆମ ସମାଜ ଗୋଟିଏ ପରିବାର ଭଲି ଚାଲିବା ବୋଲି ମତବ୍ୟକ୍ତ କରିଥିଲେ । ଆମ ସଂସ୍କୃତି ବହୁ ପୁରାତନରୁ ରହିଛି ସମାଜର ବିବାହ କାର୍ଯ୍ୟରେ ଗନତି ଦ୍ୱାରା ସମ୍ପାଦନା କରି ବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାର ପ୍ରତ୍ୟେକ ପାଞ୍ଚାୟତ ଓ ବ୍ଳକସ୍ତରୀୟ ଏକ ଗନିତ ତାଲିମ ଶିବିର ସମାଜ ପକ୍ଷରୁ ଅନୁଷ୍ଠିତ କରାଯିବ ବୋଲି କହିଥିଲେ । ସମାଜରେ ନାରୀମାନଙ୍କ ପ୍ରତି ହୋଇଥିବା ବାହ୍ୟ ନିର୍ଯାତନାକୁ ଦମନ କରିବା ପାଇଁ ସମସ୍ତେ ସଚେତନ ହେବା । ନାରୀ ମାନଂକୁ ସମ୍ମାନ ଦେବା । ଉଚ୍ଚ଼ ଶିକ୍ଷା ପାଇଁ ପୁଅ ଝିଅମାନଙ୍କୁ ପଢ଼ାଇବା ପାଇଁ ବାଧ୍ୟତାମୂଳକ ବୋଲି ମତପ୍ରକାଶ କରିଥିଲେ । ବଲାଙ୍ଗୀର ବ୍ଳକ ସଭାପତି କୁଶ ବରିହା ନୂଆଁଖାଇ ଆଧାରିତ ସ୍ୱରଚିତ ଗୀତ ସୁମଧୁର କଣ୍ଠରେ ଶୁଣାଇଥିଲେ । ଜିଲ୍ଲା ସମ୍ପାଦକ ଗନ୍ଧର୍ବ ବରିହା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ଦେଇଥିବା ବେଳେ ଜିଲ୍ଲା ସହ ସଂପାଦକ ଦୁର୍ଯୋଧନ ବରିହା ପରିଚାଳନା କରିଥିଲେ । ଏଥିରେ ବେଲପଡା ବ୍ଳକ ଓ ପଞ୍ଚାୟତ ସମସ୍ତ କର୍ମ କର୍ତ୍ତା ସଦସ୍ୟମାନଙ୍କ ସହ ଶତାଧିକ ମହିଳା ପୁରୁଷ ଯୋଗଦେଇ ଥିବା ବେଳେ ମୁରିବାହାଲ ବ୍ଳକ ସଭାପତି,ବନମାଳୀ ବରିହା,ମଦନ ବରିହା, ବଙ୍ଗୋମୁଣ୍ଡା ବ୍ଳକ ଜିଲ୍ଲା ଉପଦେଷ୍ଟା ଟିକେଚନ ବରିହା, ମନବରିହା, ସୁଦର୍ଶନ ବରିହା, କଳାକାହ୍ନୁ ବରିହା, ଶତୃଘ୍ନ ବରିହା, ଅର୍ଜୁନ ବରିହା, କ୍ଷୀର ସିନ୍ଧୁ ବରିହା, ଟଙ୍କଧର ବରିହା, ରାଜେନ୍ଦ୍ର ବରିହା, ଝସକେତନ ବରିହା, ନୀଳମଣି ବରିହା, ଶ୍ରୀ ଧର ବରିହା, ହେମସାଗର ବରିହା, ଜିତୁବରିହା, କବି ବରିହା, ଅନିରୁଦ୍ଧ ବରିହା, ମଦନ ବରିହା ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସହ ସଂପାଦକ ଦୁର୍ଯ୍ୟୋଧନ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

five × 5 =