ଫେରିବ ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ସୁଖୀ ଦାମ୍ପତ୍ୟ ଜୀବନ

0 292

ଭୁବନେଶ୍ୱର: କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ୍‌ର ସୁପରଷ୍ଟାର ଅନୁଭବ ମହାନ୍ତି ଓ ଓଲିଉଡ୍‌ ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସୁଖୀ ଦାମ୍ପତ୍ୟ ଜୀବନ ଖୁବ୍‌ଶୀଘ୍ର ଫେରିଆସିବ ବୋଲି ସମ୍ଭାବନା ପ୍ରକାଶ ପାଇଛି । ଉଭୟ ଏହି ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ସେମାନଙ୍କ ସାମାଜିକ ଜୀବନରେ ଅନେକ ଅପବାଦ ସହିବା ପରେ ଏବେ ପୁଣିଥରେ ସୁଖୀ ସଂସାର ଗଢିବା ପାଇଁ ଦାମ୍ପତ୍ୟ ପ୍ରେମର ମୋହରେ ବାନ୍ଧିହେବାକୁ ଯାଉଛନ୍ତି । ଉଭୟଙ୍କ ତରଫରୁ ପରିବାର ଅଦାଲତରେ କୋର୍ଟ କଚେରୀରେ ମାମଲା ଥିବା ସତ୍ୱେ ଉଭୟଙ୍କ ମଧ୍ୟରେ ଏକ ବୁଝାମଣା ସୃଷ୍ଟି ହୋଇଥିବା ବିଶ୍ୱସ୍ଥ ସୂତ୍ରରୁ ପ୍ରକାଶ । ଯାହା ଉଭୟ ଓଡିଆ ଚଳଚ୍ଚିତ୍ର ଜଗତକୁ ଭଲପାଉଥିବା ସେମାନଙ୍କ ଶୁଭେଚ୍ଛୁ ଓ ସମର୍ଥକଙ୍କ ମନରେ ଖୁସି ବ୍ୟକ୍ତ କରିଥିବା ବେଳେ ଅନୁଭବଙ୍କ ରାଜନୈତିକ ଜୀବନରେ ଏକ ନୂଆମୋଡ ହେବାକୁ ଯାଉଛି । କଟକର ଏକ ଅଗ୍ରଣୀ ସମାଜସେବୀ ସଙ୍ଗଠନ ଏହି ଉଭୟ ପ୍ରତିଷ୍ଠିତ ଷ୍ଟାରଙ୍କ ମଧ୍ୟରେ ବୁଝାମଣା ସୃଷ୍ଟି କରିଥିବାର ଖବର ମିଳୁଛି । ତେବେ ଏଠାରେ ପ୍ରସଙ୍ଗ ହେଉଛି ଯେ, ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଦାମ୍ପତ୍ୟ କଳହ ସେପରି କିଛି ତୀବ୍ର ରୂପ ନେଇନାହିଁ ।

hiring

ସେମାନଙ୍କ ମଧ୍ୟରେ ଯାହା କିଛି ବିବାଦ ହୋଇଛି ତାହା କେବଳ ମାନ ଅଭିମାନ, ରାଗ ରୁଷା ମଧ୍ୟରେ ସୀମିତ ରହିଛି । ଏପରିକି ଉଭରେ ନିଜ ନୀଜ ସ୍ତରରେ ପ୍ରତିଷ୍ଠିତ ହୋଇଥିବାରୁ ଏକ ସାମୟିତ ଉତ୍ତେଜନା ମଧ୍ୟରେ ଅହକାଂରର ବଶବର୍ତ୍ତୀ ହୋଇ ପରସ୍କର ବିରୋଧରେ କୋର୍ଟ କଚରୀ ପର୍ଯ୍ୟନ୍ତ ଯାଇ ସମାଜରେ ଲୋକହସା ହୋଇଥିଲେ । ତେବେ ଏବେ ଏହାର ସମାଧାନର ସୂତ୍ର ବାହାରିଥିବା ଜାଣି ଅନେକ ସେମାନଙ୍କ ଦାମ୍ପତ୍ୟ ଜୀବନ ଫେରି ଆସୁବୋଲି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଅନେକଙ୍କ ମତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ପ୍ରଭାବଶାଳୀ ମନ୍ତ୍ରୀ ଥିବା ବାଲେଶ୍ୱର ବସ୍ତା ନିର୍ବାଚନ ମଣ୍ଡଳୀର ରଘୁନାଥ ମହାନ୍ତିଙ୍କ ପୁଅ ରାଜା ମହାନ୍ତି ଓ ତାଙ୍କ ଧର୍ମପତ୍ନୀ ବର୍ଷାସୋନିଙ୍କ ପାରିବାରିକ ବିବାଦ ଯଦି ସମାଧାନ ହୋଇପାରିଲା ଓ ବର୍ଷ କେଇଟା ମଧ୍ୟରେ ରାଜା ଓ ବର୍ଷାସୋନିଙ୍କ ସଂସାର ହସିଲା ପୁରିଲା ହୋଇପାରିଲା ତେବେ କାହିଁକି ଅନୁଭବଙ୍କ କ୍ଷେତ୍ରରେ ଏହା ନଘଟିବ ବୋଲି ଅନେକଙ୍କ ମଧ୍ୟରେ ପ୍ରଶ୍ନ ଠିଆ ହୋଇଛି । ବାସ୍ତବରେ ସବୁ ପରିବାରରେ ଦାମ୍ପତ୍ୟ କଳହ ଥାଏ ମାତ୍ର ତାହା ପରବର୍ତ୍ତୀ କାଳରେ ସମାଧାନର ବାଟ ଫିଟାଏ । ଯାହା ଆଜି ରାଜା ଓ ବର୍ଷାସୋନିଙ୍କ ହସିଲା ପୁରିଲା ସଂସାର ଦେଖି ଅନ୍ୟମାନେ ଅନୁଭବ କରୁଛନ୍ତି ସେମାନେ ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ସଂସାରରେ ତାହା ଦେଖିବାକୁ ବ୍ୟଗ୍ର ହେବା ସ୍ୱାଭାବିକ୍‌ କଥା । ତେଣୁ ଖୁବ୍‌ଶୀଘ୍ର ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ବୈବାହିକ ଜୀବନ ଫେରିଆସୁ, ସୁଖମୟ ହେଉ ଏହା ଆଜି ସମାଜର ପ୍ରତିଟି ବର୍ଗ ଏହା ଚାହୁଁଛନ୍ତି ।

hiranchal ad1
Leave A Reply

Your email address will not be published.

eleven − 2 =