ଦାରିଙ୍ଗବାଡ଼ି,୨୧/୯: ଦାରିଙ୍ଗବାଡ଼ି ବ୍ଲକରେ କଂଗ୍ରେସ ଓ ବିଜେଡି ଦଳ ମଧ୍ୟରେ ଲାଗି ରହିଥିବା ଛକାପଞ୍ଝା ତୀବ୍ର ରୂପ ନେଇଛି । ୩ଦିନ ତଳେ ଜି-ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ସରକାରୀ ଜମିକୁ ହଡପ କରି ସେଠାରେ ନିଜର କୋଠା ନିର୍ମାଣ କରିବାସହ ବ୍ଲକର ସହକାରୀ ନିର୍ବାହୀଯନ୍ତ୍ରୀ ଙ୍କୁ ହାତବାରିସୀ କରି ଦୁର୍ନୀତି କରୁଥିବା ଅଭିଯୋଗ ନେଇ ବ୍ଲକ କଂଗ୍ରେସ ତରଫରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହାପରେ ଗତକାଲି ବିଜେଡି ଦଳ କଂଗ୍ରେସ ଦଳକୁ କାଉଣ୍ଟର ଆଟାକ କରିବାକୁ ଯାଇ ଏକ ରାଲିକରି ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷ ବ୍ଲକରେ ଦୁର୍ନୀତି କରିବାଶହ ଅଧ୍ୟକ୍ଷାଙ୍କ ସ୍ୱାମୀ ବ୍ଲକର କର୍ମଚାରୀମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ନେଇ ୧୦ଦଫା ଦାବିପତ୍ର ଜିଲ୍ଳାପାଳଙ୍କ ନିକଟକୁ ପଠାଇଥିଲେ । ଆଜି ଦାରିଙ୍ଗବାଡି କଂଗ୍ରେସ ଦଳ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ବିଜେଡି ଆଣିଥିବା ସମସ୍ତ ଅଭିଯୋଗ ମିଥ୍ୟା ତଥା ଭିତ୍ତିହୀନ ବୋଲି କହିବାସହ ବ୍ଲକରେ ବିଧାୟକଙ୍କ ପରିବାରର ସଦସ୍ୟମାନେ ଅଧ୍ୟକ୍ଷପଦକୁ ୨୦ବର୍ଷ ଧରି ନିଜ ହାତମୁଠାରେ ରଖିଥିଲେ ୨ରୁ ଅଧିକ ସନ୍ତାନଥିବା ଯୋଗୁଁ ଗତବର୍ଷ ବିଧାୟକଙ୍କ ପତ୍ନୀ ସୁବେନ୍ତି ପ୍ରଧାନଙ୍କୁ ହାଇକୋର୍ଟ ବ୍ଲକ ଅଧ୍ୟକ୍ଷା ପଦବୀରୁ ହଟାଇଥିଲେ । ତାପରେ ପୁନର୍ବାର ଭୋଟ ଅନୁଷ୍ଠିତ ହୋଇଥିଲା । ସେଥିରେ ରୁଦା ମଲିକ ବିଜୟୀ ହୋଇଥିଲେ ସେବେଠାରୁ ବିଜେଡି ଦଳ ଔଷଧ ବିକଳରେ ତାଟିଆ କାମୁଡୁଛି ବୋଲି କଂଗ୍ରେସ ଦଳ ତରଫରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିବା ବେଳେ ବର୍ତ୍ତମାନ କୋଭିଡ କଟକଣା ଲାଗୁ ରହିଥିବା ବେଳେ ବିଧାୟକଙ୍କ ନେତୃତ୍ୱରେ ଶାସକ ଦଳର କର୍ମୀମାନେ କିଭଳି ବିଶାଳ ରାଲି କରିଲେ ? ସ୍ଥାନୀୟ ପ୍ରଶାସନ କିଭଳି ଏହି ରାଲିକୁ ଅନୁମତି ଦେଲେ ତାହାକୁ ନେଇ ପ୍ରଶ୍ନ କରିଥିଲେ । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବ୍ଲକ ଅଧ୍ୟକ୍ଷା ରୁଦା ମଲିକଙ୍କ ସମେତ ଉପାଧ୍ୟକ୍ଷ ରମାକାନ୍ତ ବଳିଆର ସିଂ ,କାଟିଙ୍ଗିଆ ସିମିତିସଭ୍ୟ କରମ ସିଂ, ରାଜ୍ୟ ଏସ.ସି ସେଲର ରାଜ୍ୟ ସଦସ୍ୟ ପ୍ରଭଞ୍ଜନ ନାୟକ ବିଦ୍ୟାଧର ମଲିକ ତିଆଡ଼ି ନାୟକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।