କଟକ,୨୧/୯- ଆଜି କଟକ ଯୁବମୋର୍ଚ୍ଚା କଟକ ତରଫରୁ ଜିଲା ସାଧାରଣ ସମ୍ପାଦକ ଶ୍ରୀ ଶିବେଶ ମିଶ୍ରଙ୍କ ନେତୃତ୍ୱରେ ଟାଉନହଲ ସେକ୍ସନ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଅଘୋଷିତ ବିଦ୍ୟୁତ କାଟ ଏବଂ ବିଦ୍ୟୁତ ଦର ବୃଦ୍ଧି, ଲୋ ଭୋଲ୍ଟେଜ ଏବଂ ନୂତନ ସଂଯୋଗ ନେବା ପାଇଁ ଗ୍ରାହକଙ୍କୁ ଅସୁବିଧା ଆଦି ପ୍ରତିବାଦରେ ବିକ୍ଷୋଭ କରାଯାଇଥିଲା । ଏଥିରେ ନଗର ଜିଲ୍ଲା ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ, ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଷଡଙ୍ଗୀ, ଜିଲା ସମ୍ପାଦକ ସଦାନନ୍ଦ ବିଶ୍ୱାଳ, ବାରବାଟୀ ମଣ୍ଡଳ ସଭାପତି ରାଜେଶ୍ୱ ଜେନା, ଗୋପାଳଜୀଉ ମଣ୍ଡଳ ସଭାପତି ଶ୍ରୀକାନ୍ତ ବେହେରା, ଗୋପାଳଜୀଉ ମଣ୍ଡଳ ବିଜେପି ସଭାପତି ଦେବାନନ୍ଦ ସିଂ,ମିଡ଼ିଆ ପ୍ରମୁଖ ସୁଭାଷ ମହାନ୍ତି, ସାଧାରଣ ସମ୍ପାଦକ ସୂର୍ଯ୍ୟନାରାୟଣ ବେହେରା, କଲ୍ୟାଣି ମହଲା, ବିକାଶ ବେହେରା, ନରେଶ ଭରାଲାବାଲା, ଶ୍ରୀନୁ ଆଚାରି, ବଚନ ଦାସ, ରତନ ମହାନ୍ତି, ଶ୍ୟାମସୁନ୍ଦର ସାହୁ, ରାଜେଶ ସେଠି, ପ୍ରକାଶ ସିଂ, ସୁଶୀଳ ନାଏକ, ବିଶାଲ ମୁଖୀ ପ୍ରମୁଖ ଯୁବନେତା ଉପସ୍ଥିତ ଥିଲେ ।