ସୁବର୍ଣ୍ଣପୁର ,୨୨/୯- ନିକଟରେ ମୃତ୍ୟୁବରଣ କରିଥିବା ଯୁବ ସାମ୍ବାଦିକ ସ୍ୱର୍ଗତ ଗୋବିନ୍ଦ ଠାକୁରଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଶାସନ ଜରିଆରେ ପ୍ରଦାନ କରାଯାଇଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ତଥା ସରକାରଙ୍କୁ କୃତଜ୍ଞତା ଜଣାଇବାସହ ଜିଲ୍ଲାରେ ଅଧାପନ୍ତରିଆ ଥିବା ଅନେକ ଉନ୍ନୟନ କାମର ତ୍ୱରାନ୍ୱିତ ପଦକ୍ଷେପ ନେବା ତଥା ସୋନପୁର ବିନିକା ରାସ୍ତାରେ ଥିବା ଅଙ୍ଗନଦୀର ଟୋଲ ଆଦାୟରେ ହେଉଥିବା ବ୍ୟାପକ ଅନିୟମିତତା ସହ ବ୍ରିଜ ନିର୍ମାଣ ସମୟରେ ହୋଇଥିବା ଖର୍ଚ୍ଚରୁ ବହୁଗୁଣ ଅଧିକ ଟେକ୍ସ ଆଦାୟ ପରେ ମଧ୍ୟ ଟୋଲଗେଟଟି ଉଠିନଥିବାରୁ ଟୋଲଟିକସ କୁ ସବୁଦିନ ପାଇଁ ପ୍ରତ୍ୟାହାର କରିବାପାଇଁ ପଦକ୍ଷେପ ନେବାପାଇଁ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଜାଗା ମିଶନ ଯୋଜନାରେ ବରିଷ୍ଠ ତଥା ଦୁସ୍ଥ ସାମ୍ୱାଦିକ ବିନୟ ପଧାନଙ୍କୁ ତୁରନ୍ତ ସାମିଲ କରିବାକୁ, ତେଲ ବ୍ରିଜ ର ମରାମତି, ଏବଂ ଗୋ ଶ୍ରଦ୍ଧା ଭଳି ମହତ ଯୋଜନାକୁ ସଫଳ ପାଇଁ କିଛି ନୁଆଁ କୌଶଳ ଆପଣେଇବାକୁ ଅନୁରୋଧ କରିଥିଲେ । ଏବଂ ମିଡ଼ିଆ ମାଧ୍ୟମରେ ପ୍ରଦାନ କରାଯାଉଥିବା ସାଧାରଣ ଲୋକଙ୍କ ସ୍ୱର ଓ ସମସ୍ୟା ଉପରେ ତୁରନ୍ତ ଏକ୍ସନ ପାଇଁ ଆଲୋଚନା କରିଥିଲେ । କର୍ମକ୍ଷେତ୍ରରେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ସହରର ବିଭିନ୍ନ ରାସ୍ତାଘାଟ ଡ୍ରେନେଜ ସମସ୍ୟା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାସହ ପଦକ୍ଷେପ ନେବାପାଇଁ ତାଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହି ସାକ୍ଷାତ ଆଲୋଚନାରେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ, ଦିଲ୍ଲୀପ ପାତ୍ର, ରାଜକିଶୋର ତ୍ରିପାଠୀ, ସଞ୍ଜୟ କୁମାର ସାହୁ, ମହାଦେବ ମଲ୍ଲିକ, ଗଣନାଥ ବାଘ,ଶୁସାନ୍ତ ପଣ୍ଡା,ସର୍ଜନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।