ସଂସ୍କୃତି ବିରୁଦ୍ଧାଚରଣ ବିରୋଧରେ ବୁଦ୍ଧିଜୀବୀ ସଭା

0 136

ସମ୍ବଲପୁର,୨୩/୯- ଐତିହ୍ୟ ଓ ସଂସ୍କୃତି ସମ୍ପନ୍ନ ଐତିହାସିକ ନଗରୀ ସମ୍ବଲପୁରରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିରୁଦ୍ଧରେ କିଛି ନିଷ୍ପତ୍ତିଗୁଡ଼ିକର ବିରୋଧରେ ସ୍ଥାନୀୟ ବୁଦ୍ଧିଜୀବୀ ସ୍ୱରୋତ୍ତୋଳନ କରିଛନ୍ତି । ସ୍ଥାନୀୟ ସକ୍ରିୟ ସାମାଜିକ ସଂଗଠନ “ବୈଶାଖୀ” ପକ୍ଷରୁ ଆହୁତ ଏହି ସଭାରେ ପ୍ରଦେଶ ଚନ୍ଦ୍ର ଦାନୀ ସଭାପତିତ୍ୱ କରିଥିଲେ ତଥା ଆବାହିକା ପ୍ରଜ୍ଞା ପଟ୍ଟନାୟକଙ୍କ ସହିତ ଐତିହାସିକ ଦୀପକ କୁମାର ପଣ୍ଡା ଓ ସାମାଜିକ କାର୍ଯ୍ୟକର୍ତ୍ତା କାର୍ତ୍ତିକ ବହିଦାର ମଞ୍ଚାସୀନ ରହି ସଭା ସଂଚାଳନ କରିଥିଲେ । ଭଗ୍ନସ୍ତୁପ ଆଡ଼କୁ ଅଗ୍ରସର ସ୍ଥାନୀୟ ଜେମାଦେଇ ମହଲ, ଯାହାକି ରାନୀବଖରୀ ଭାବରେ ବିଶେଷ ପରିଚିତ, ସଂରକ୍ଷଣ ପାଇଁ ‘ଇନଟାକ’ ଆଗେଇ ଆସିବା ପରେ ଏହା ନିଜ ପୂର୍ବାବସ୍ଥାକୁ ଫେରିଆସିଛି । ସେଠାରେ ଏକ ଆଧୁନିକ ଆର୍ଟ ଗ୍ୟାଲେରୀ କିମ୍ବା ସଂଗ୍ରହାଳୟ କାର୍ଯ୍ୟ କରୁ ବୋଲି ସ୍ଥାନୀୟ ଜନସାଧାରଣଙ୍କ ମତ ବିରୁଦ୍ଧରେ ଯାଇ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ ଏକ ଭୋଜନାଳୟ ଖୋଲିବା ନିଷ୍ପତ୍ତିକୁୁ ଏହି ବୁଦ୍ଧିଜୀବୀ ସଭାରେ କଡ଼ା ସମାଲୋଚନା କରାଯାଇଛି । ସେହିପରି ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀଙ୍କ ମନ୍ଦିର ଉପରେ ଏକ ଲାଇଟ ଏଣ୍ଡ ସାଉଣ୍ଡ ପ୍ରଦର୍ଶନ ଫଳରେ ଆମର ଧାର୍ମିକ ଭାବନା ଆହତ ହେଉଛି, ଏଣୁ ଏଥିରୁ ତୁରନ୍ତ ବିରତ ରହିବା ପାଇଁ ଏହି ସଭାରୁ ରାଜ୍ୟ ସରକାରଙ୍କୁ ଆହ୍ୱାନ କରାଯାଇଛି । ଏପରି ଅତି ସମ୍ବେଦନଶୀଳ ମାମଲାରେ ସରକାରଙ୍କୁ ଆଗ୍ରହ କରାଯାଇଛି ଯେ ସ୍ଥାନୀୟ ଜନଭାବନା ପ୍ରତି ସମ୍ମାନ ଜଣାଇ ନିଷ୍ପତ୍ତି ନିଅନ୍ତୁ ଅନ୍ୟଥା ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବାକୁ ପଡିବ ବୋଲି ସ୍ପଷ୍ଟ କରି ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

sixteen − nine =