ମିଶନଶକ୍ତି ମେଳାରେ ବାଚସ୍ପତିଙ୍କ ଦ୍ୱାରା ଏସଏଚଜିଙ୍କୁ ୨.୫୬କୋଟି ଟଙ୍କା ପ୍ରଦାନ

0 81

ଗଞ୍ଜାମ /କୁକୁଡ଼ାଖଣ୍ଡି,୨୩/୯ : ଓଡିଶାର ମାନ୍ୟବର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର କୁକୁଡାଖଣ୍ଡି ବ୍ଲକ ପରିସରରେ ସମନ୍ୱୟ ମେଳା ଜରିଆରେ ବ୍ଲକର ସମସ୍ତ ପଞ୍ଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରିବା ସହିତ ଜାତୀୟ ପରିବାର କଲ୍ୟାଣ ଯୋଜନା ଦ୍ୱାରା ମଧୁବାବୁ ପେନସନ ପ୍ରଦାନ ଏବଂ କୋଭିଡ ଯୋଦ୍ଧାଙ୍କୁ ସରକାରୀ ସହାୟତା ପ୍ରଦାନ କରିଥିଲେ । ରାଜ୍ୟ ସରକାର ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ମିଶନ ଶକ୍ତି ଦ୍ୱାରା ସ୍ୱତନ୍ତ୍ର ବିଭାଗ ସୃଷ୍ଟି କରି ସରକାରୀ ପ୍ରୋତ୍ସାହନରେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଋଣ ପ୍ରଦାନ କରି ଦେଶପାଇଁ ଆଦର୍ଶ ରାଜ୍ୟଭାବେ ପରିଚିତ ସୃଷ୍ଟି କରିପାରିଛି । ମହିଳାମାନଙ୍କ ଉନ୍ନତି ପାଇଁ ମିଶନ ଶକ୍ତି ଆନୁକୂଲ୍ୟରେ କୁକୁଡ଼ାଖଣ୍ଡି ବ୍ଲକ ପରିସରରେ ବିଡିଓ ଗଦାଧର ପାତ୍ରଙ୍କ ସଭାପତିତ୍ୱରେ ବୁଧବାର ଆୟୋଜିତ ମିଶନ ଶକ୍ତି ମେଳା କାର୍ଯ୍ୟକ୍ରମରେ ୧୨୪ ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୨କୋଟି ୫୫ ଲକ୍ଷ ୯୮ ହଜାର ଟଙ୍କା ପ୍ରଦାନ କରାଯାଇଛି । କୁକୁଡ଼ାଖଣ୍ଡି ବ୍ଲକ ସିଡିପିଓ କୁସୁମ କୁମାରୀ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଋଣ ପ୍ରଦାନ ମେଳାରେ ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ସମାଜସେବୀ ଜତୀନ୍ଦ୍ର ପାତ୍ର, ସାଂସଦ ପ୍ରତିନିଧି ରଘୁପ୍ରସାଦ ପାତ୍ର,ଜିଲ୍ଲା ପରିଷଦ ସଭ୍ୟା ନିରୂପାମ ପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ । ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆଙ୍କୁଶପୁର ଷ୍ଟେଟବ୍ୟାଙ୍କ, ବ୍ରହ୍ମପୁର କୋପରେଟିଭ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ,ବରୋଦା ବ୍ୟାଙ୍କ ମାଧ୍ୟମରେ ଏହି ଋଣ ପ୍ରଦାନ କରାଯାଇଛି । ବାଚସ୍ପତିଙ୍କ ଗସ୍ତ ସମୟରେ ସରପଞ୍ଚ ସଙ୍ଘ ସଭାପତି ସାରଥୀ ପ୍ରସାଦ ଗୌଡ଼, ନିରଞ୍ଜନ ମହାନ୍ତି, ଅଦଲ ଚେନେୟା, ସଞ୍ଜୟ ସାହୁ, ବିଷ୍ଣୁପ୍ରିୟା ପାତ୍ର, ଟି. ମିନତୀ ପାତ୍ର, ସୀତାରାମ ସାହୁ, ବରିଷ୍ଠ ବିଜେଡି ନେତା ରବୀନ୍ଦ୍ର ମହାରଣା, ଏଲ୍‌.ପୁରୁଷୋତ୍ତମ ପାତ୍ର, ନିରଞ୍ଜନ ରେଡି, କୈଳାଶ ରଣା, କେ. ତ୍ରିନାଥ ପାତ୍ର(ବାବୁଲା),ନରସିଂହ ସାହୁ, ବି.ରବୀନ୍ଦ୍ର ପାତ୍ର,ବ୍ଲକ ଯୁବ ସଭାପତି ସଞ୍ଜୟ କୁମାର ସାହୁ, ଯୁବ ଉପସଭାପତି ଗୋପାଳକୃଷ୍ଣ ସାହୁ, ବ୍ଲକ ଛାତ୍ର ସଂଘ ସଭାପତି ରାଧାମୋହନ ସେଠି,ରାମକୃଷ୍ଣ ପାଢ଼ୀ, ବଶିଷ୍ଠ ଜେନା,ମାଣିକେଶ୍ୱରି ପଟ୍ଟନାୟକ, ସୁଦେଷ୍ଟା ପଟ୍ଟନାୟକ, କ୍ରାନ୍ତି କୁମାରୀ ଦେବୀ, ପ୍ରମିଳା ଜେନାଙ୍କ ସମେତ ଅନ୍ୟ ସରପଞ୍ଚ ଓ ସମିତି ସଭ୍ୟମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

five × one =