ଦୃଷ୍ଟି ଆଢୁଆଳରେ ଦଶପଲ୍ଲାର ପର୍ଯ୍ୟଟନ ସ୍ଥଳ

0 80

ଦଶପଲ୍ଲା,୨୭/୯ : – ଆଜି ବିଶ୍ୱ ପର୍ଯ୍ୟଟନ ଦିବସ । ତେବେ ଆମ ରାଜ୍ୟରେ ଏମିତି ଅନେକ ପର୍ଯ୍ୟଟନ ସ୍ଥଳ ରହିଛି ଯାହାକି ଦୃଷ୍ଟି ଆଢୁଆଳରେ ରହିଯାଇଛି । ସେହିପରି ବଣ ପାହାଡ ଘେରା ଦଶପଲ୍ଲାରେ ବହୁ ପ୍ରାକୃତିକ ପର୍ଯ୍ୟଟନସ୍ଥଳ ଥିବାବେଳେ ଅନେକ ସ୍ଥାନ ଦୃଷ୍ଟି ଆଢୁଆଳରେ ରହିଯାଉଥିବା ଜଣାପଡିଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ସ୍ଥାନ ଗୁଡିକ ପୁନଃରୁଦ୍ଧାର ହେଲେ ଦଶପଲ୍ଲା ପର୍ଯ୍ୟଟନ ମାନଚିତ୍ର ବଦଳିପାରିବ । ନୟାଗଡ଼ ଜିଲ୍ଲାର ପାହାଡ଼ପର୍ବତ ଘେରା ଦଶପଲ୍ଲା ଅଂଚଳରେ ଦଶପଲ୍ଲାର ଜଗନ୍ନାଥ ମନ୍ଦିର, ସ୍ୱପ୍ନ ମହାବୀର ମନ୍ଦିର, ବାଇଶିପଲ୍ଲୀ ଅଭୟାରଣ୍ୟ, ଟାକରା ସିଦେ୍ଧଶ୍ୱର ଶୈବପୀଠ, ବୁଗୁଡା ନିକଟସ୍ଥ ପାହାଡ ମଣୀନାଗ ପୀଠ, ସତ୍ୟ ମହାବୀର ମନ୍ଦିର, ସାପ ପଥର ,ଐତିହାସିକ ବିଚାର ପଥର, ସାତପୁରୀ ମୟୁର ପାହାଡ , ରତ୍ନଗଣ୍ଡ ଜଳ ପ୍ରପାତ ,ଦଶପଲ୍ଲା ନିକଟସ୍ଥ ଭୀମରା ପାହାଡ, ବାଙ୍କତଇଳା ବୃତ୍ଥଙ୍ଗ ବାଲିପଠା, ବୀରିଗଡ ପାହାଡ ଭଳି ଅନେକ ସ୍ଥାନକୁ ପର୍ଯ୍ୟଟକ ମାନେ ବୁଲି ଆସନ୍ତି ।

hiring

ସାଧାରଣତଃ ଦଶପଲ୍ଲା ନିକଟରେ ଥିବା କୁଆଁରିଆ ଡ୍ୟାମ୍‌ ,ମୃଗ ବିହାର ଦେଖିବା ଓ ବଣ ଭୋଜି କରିବା ପାଇଁ ବହୁ ପର୍ଯ୍ୟଟକ ଅସୁଥିବା ବେଳେ, ରତ୍ନଗଣ୍ଡ ଜଳ ପ୍ରପାତକୁ ମଧ୍ୟ ବହୁ ପର୍ଯ୍ୟଟକ ଆସିଥାନ୍ତି । କିନ୍ତୁ ବିଭାଗୀୟ ଅବହେଳା ଯୋଗୁଁ ଆହୁରି ଅନେକ ପ୍ରାକୃତିକ ପରିବେଶରେ ଥିବା ମନୋରମ ପର୍ଯ୍ୟଟନ ସ୍ଥଳ ଦୃଷ୍ଟି ଆଢୁଆଳରେ ରହିଯାଉଛି । ଦୃଷ୍ଟି ଆଢୁଆଳରେ ରହିଯାଉଥିବା ପ୍ରାକୃତିକ ଶୋଭା ମଣ୍ଡିତ ଏହି ପର୍ଯ୍ୟଟନ ସ୍ଥଳ ଗୁଡ଼ିକୁ ଲୋକଲୋଚନକୁ ଆଣାଗଲେ ପର୍ଯ୍ୟଟନ ଶିଳ୍ପର ବିକାଶ ସଂଗେ ସଂଗେ ଗରିବ ଆଦିବାସୀ ମାନଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ହୋଇପାରନ୍ତା ବୋଲି ମତପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

3 × 2 =