ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୭ ବର୍ଷ ଜେଲ୍‌

0 72

ଫୁଲବାଣୀ: ଫୁଲବାଣୀ ଫାଷ୍ଟ ଟ୍ରାକ ସ୍ୱତନ୍ତ୍ର ଅଦାଲତର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଏକ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ସୁଜିତ ଦେହୁରୀ,ପିତା- ଲଛିନ୍ଦ୍ର ଦେହୁରୀକୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ । ଖଜୁରୀପଡ଼ା ଥାନା କେଶ୍‌ ନମ୍ବର ୦୮ /୨୦୧୬ ଅନୁଯାୟୀ ଜଣେ ମହିଳା ତା-୨୯/୧/୧୬ ରିଖରେ ଗାଧୁଆ ସାରି ମଧ୍ୟାହ୍ନ ସମୟରେ ଘରକୁ ଫେରିବା ବେଳେ ଅଭିଯୁକ୍ତ ତାଙ୍କର ରୋଗାକ୍ରାନ୍ତ ଦିବ୍ୟାଙ୍ଗ ଝିଅକୁ ଦୁଷ୍କର୍ମ ଉଦ୍ୟମ କରୁଥିବା ଦେଖି ବିରୋଧ କରିଥିଲେ । ଅଭିଯୁକ୍ତ ସେଠାରୁ ଚାଲି ଯାଇଥିଲା । କିନ୍ତୁ ପରେ ଆସି ଅଭିଯୋଗକାରିଣୀଙ୍କୁ ଆଘାତ କରିଥିଲା । ଏଣୁ ସେ ଖଜୁରୀପଡ଼ା ଥାନାରେ ଅଭିଯୋଗ କରିଥିଲେ ।
ଉକ୍ତ ମାମଲାରେ ୧୦ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ମାନ୍ୟବର ଅଦାଲତ ଦୋଷୀଙ୍କୁ ଦଫା ୩୨୩/୪୫୪/୩୭୬ ସହ ୫୧୧ ରେ ସାତ ବର୍ଷ ସଶ୍ରମ କାରାଦଣ୍ଡ ସହ ମୋଟ ୬୫୦୦ ଟଙ୍କା ଜରିମାନା ଏବଂ ଜରିମାନା ଟଙ୍କା ଅନାଦେୟ ଅଧିକ ଏକବର୍ଷଜେଲ ଦଣ୍ଡ ଆଦେଶ ଦେଇଛନ୍ତି । ଜରିମାନା ଟଙ୍କା ଆଦାୟ ହେଲେ ପିଡିତାଙ୍କ ପାଇଁ ଦିଆଯିବା ପାଇଁ ଆଦେଶ ଦେଇଛନ୍ତି । ଏହି ମାମଲା ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଅଭିଯୋଜକ ବିଜୟକୃଷ୍ଣ ପଟ୍ଟନାୟକ ପରିଚାଳନା କରୁଥିଲେ

hiranchal ad1
Leave A Reply

Your email address will not be published.

five × 4 =