ସମ୍ବଲପୁର କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଲହଣ୍ଡା ଠାରେ ରାଲି ଓ ଜନସଭା ସହିତ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ
ସମ୍ବଲପୁର : କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ସମ୍ବଲପୁର କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ସ୍ଥାନୀୟ ଲହଣ୍ଡା ଠାରେ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇଯାଇଛି। ଏହାକୁ ଲହଣ୍ଡା ସରପଂଚ ଶ୍ରୀମତି ଉର୍ମିଳା ବାରିକ ପ୍ରଦୀପ ପ୍ରଜ୍ଜଳନ ପୁର୍ବକ ଉଦଘାଟନ କରି ମାଁ ମାନେ ଶିଶୁଙ୍କୁ ପୌଷ୍ଟିକ ଖାଦ୍ୟ ଯୋଗାଇଦେବା ସମାଜ ପ୍ରତି ଏକ ଗୁରୁ ଦାୟିତ୍ବ ବୋଲି ସେ ମତବ୍ୟକ୍ତ କରିଥିଲେ। ଆଜିର ଏ କାର୍ଯ୍ୟକ୍ରମ ପୂର୍ବରୁ ଗତକାଲି ଲଇଣ୍ଡାଠାରେ ଏକ ପୁଷ୍ଟିକର ଖାଦ୍ୟ ସମ୍ପର୍କରେ ସଚେତନତା ପାଇଁ ଏକ ରାଲି ଏବଂ ସୁନ୍ଦର ଶିଶୁ ସ୍ବାସ୍ଥ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଉଭୟ କାର୍ଯ୍ୟକ୍ରମରେ ସଫଳ ପ୍ରତିଯୋଗୀଙ୍କୁ ଆଜି ପୁରସ୍କୃତ କରାଯାଇଥିଲା ।
ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ସାମ୍ବାଦିକ ପ୍ରଫୁଲ ଦାସ ଓ ସାମ୍ବାଦିକ ସୁରେଶ ଦାସ ପ୍ରମୁଖ ଯୋଗଦେଇ ସମାଜରୁ କୁପୋଷଣ ଦୂର କରିବା ଦିଗରେ ସମସ୍ତ କ୍ଷେତ୍ରରେ ସମ୍ମିଳିତ ଉଦ୍ୟମ କରିବାକୁ ଆହ୍ବାନ ଜଣାଇଥିଲେ । ଲହଣ୍ଡା ସ୍ଥିତ ଅଙ୍ଗନବାଡ଼ି କର୍ମକର୍ତ୍ତା ଓ ସହାୟିକାମାନେ ପୌଷ୍ଟିକ ଖାଦ୍ୟ ସାମଗ୍ରୀ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସମ୍ବଲପୁରସ୍ଥିତ କ୍ଷେତ୍ରଜନ ସମ୍ପର୍କ କାର୍ଯ୍ୟାଳୟର ସହାୟକ ନିର୍ଦ୍ଦେଶକ ତଥା ଭାରତୀୟ ସୂଚନା ସେବାର ବରିଷ୍ଠ ଅଧିକାରୀ ରାମେଶ୍ବର ନାୟକ ପରିଚାଳନା କରିଥିଲେ ।