କଂଗ୍ରେସ ଛାଡ଼ିବେ କ୍ୟାପଟେନ୍ ଅମରିନ୍ଦର ସିଂ; ଶାହାଙ୍କ ସହ ସାକ୍ଷାତ ପରେ ଦେଲେ ବଡ଼ ବୟାନ

0 58

ନୂଆଦିଲ୍ଲୀ: ପଞ୍ଜାବରେ ଚାଲିଥିବା ରାଜନୈନିକ ଝଡ଼ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ କଂଗ୍ରେସ ପାଇଁ ଆଉ ଏକ ସଙ୍କଟ ଆଣିଛନ୍ତି । ଖୁବଶୀଘ୍ର କଂଗ୍ରେସ ଛାଡ଼ିପାରନ୍ତି କ୍ୟାପଟେନ୍ ଅମରିନ୍ଦର ସିଂ । ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ‘ମୁଁ ବିଜେପିରେ ସାମିଲ ହେବିନାହିଁ, କିନ୍ତୁ କଂଗ୍ରେସରେ ବି ରହିବି ନାହିଁ ।’ ଏକ ଇଣ୍ଟରଭ୍ୟୁରେ କ୍ୟାପଟେନ୍ ଅମରିନ୍ଦର ସିଂ କହିଛନ୍ତି ଯେ, ‘ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ କଂଗ୍ରେସରେ ଅଛି, କିନ୍ତୁ କଂଗ୍ରେସରେ ରହିବି ନାହିଁ । ମୋ ସହ ଏପରି ବ୍ୟବହାର କରାଯିବା ଉଚିତ୍ ନ ଥିଲା ।’ କ୍ୟାପଟେନ୍ ନିଷ୍ପତ୍ତି ନେଇଛନ୍ତି ଯେ,ସେ ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ ବିରୋଧରେ ପ୍ରଚାର କରିବେ ଓ ପ୍ରାଥମିକତା ସଦସ୍ୟ ପଦରୁ ଇସ୍ତଫା ଦେବେ । ଏନେଇ ସେ ଆଗକୁ ଘୋଷଣା କରିପାରନ୍ତି । ତେବେ କଂଗ୍ରେସ ସହି ୪ ଦଶନ୍ଧିର ସମ୍ପର୍କ ତୁଟାଇବାକୁ ଯାଉଛନ୍ତି କ୍ୟାପଟେନ୍ । ଗତକାଲି ଗୃହମନ୍ତ୍ରୀ ଅମିତ ଶାହା ଓ ଆଜି ଏନଏସଏ ଅଜିତ ଡୋଭାଲଙ୍କୁ ଭେଟି ଦୀର୍ଘ ଆଲୋଚନା କରିଥିଲେ କ୍ୟାପଟେନ୍ ଅମରିନ୍ଦର ସିଂ । ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବାକୁ ନେଇ କ୍ୟାପଟେନ୍ ଅସନ୍ତୁଷ୍ଟ ଥିଲେ ।

hiring

hiranchal ad1
Leave A Reply

Your email address will not be published.

20 − one =