ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାକୁ ଜିଲ୍ଲା ପ୍ରେସ କ୍ଲବ ଫୁଲବାଣୀର ନିନ୍ଦା

0 176

ଫୁଲବାଣୀ,୧/୧୦- ରାଜ୍ୟରେ ଦିନକୁ ଦିନ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ବଢିବାରେ ଲାଗିଛି । ରାଜ୍ୟ ସରକାର ସାମ୍ବାଦିକମାନଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହେଉଛନ୍ତି ବୋଲି ଶୁକ୍ରବାର ଫୁଲବାଣୀ ପ୍ରେସ କ୍ଳବ୍‌ ପକ୍ଷରୁ ଆୟୋଜିତ ସଭାରେ ମତପ୍ରକାଶ ପାଇଛି । ପିପିଲିଠାରେ ଉପନିର୍ବାଚନ ସମୟରେ ଅର୍ଥ ବାଣ୍ଟିବା ଖବରକୁ ନେଇ ସାମ୍ବାଦିକ କାଳୁଚରଣ ସାହୁଙ୍କୁ କିଛି ରାଜନୈତିକ ନେତା ଆକ୍ରମଣ କରିବାସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିବାବେଳେ ଭୁବନେଶ୍ୱରଠାରେ ସମୟର ସାମ୍ବାଦିକ ସତ୍ୟସୁନ୍ଦର ଭଞ୍ଜଙ୍କୁ କିଛି ଦୁବୃତ୍ତ ସକାଳେ ମଣିଙ୍ଗୱାର୍କ କରିବା ସମୟରେ ଅତର୍କିତ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ସେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣା ସଂପୂର୍ଣ୍ଣ ନିନ୍ଦନୀୟ । ତୁରନ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟ ।ନୁଷ୍ଠାନ ଗ୍ରହଣ କରିବା ସହ ସାମ୍ବାଦିକ ମାନଙ୍କୁ ସୁରକ୍ଷା ଦେବା ଲାଗି ପ୍ରେସ କ୍ଲବ ସଦ୍ଭାପତି ସୁନୀଲ ପଟ୍ଟନାୟକ ଦାବୀ କରିଛନ୍ତି । ରାଜ୍ୟ ସରକାର ସାମ୍ୱାଦିକମାନଙ୍କ ସୁରକ୍ଷା ପାଇଁ ଏକ ଆଇନ ପ୍ରଣୟନ ପାଇଁ ମଧ୍ୟ ସଭାପତି ପଟ୍ଟନାୟକ ଦାବି କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ପ୍ରଶାନ୍ତ କୁମାର ବେହେରା, ଉପସଭାପତି ସତ୍ୟ ନାରାୟଣ ବେହେରା,ସହ ସଂପାଦକ ରମେଶ ଚନ୍ଦ୍ର ପ୍ରଧାନ, ସୂର୍ଯ୍ୟନାରାୟଣ ବେହେରା , ଆଦିତ୍ୟ ପ୍ରସାଦ ତ୍ରିପାଠୀ, ବ୍ରଜ ନାୟକ ବରିଷ୍ଠ ସାମ୍ବାଦିକ , ସନ୍ତୋଷ ଡ଼ିଗଲ,ପ୍ରଶାନ୍ତ ଜେନା, ଭିଭି ଶଙ୍କର,ଓ ବଟ କୃଷ୍ଣ ପ୍ରଧାନ, କ୍ୟାମେରାମେନ ଚାନ୍ଦ ପ୍ରମୁଖ ଯୋଗଦେଇ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାର ତୀବ୍ର ନିନ୍ଦା କରିବାସହ ସୁରକ୍ଷା ଯୋଗାଇ ଦେବାକୁ ଦାବୀ କରିଥିଲେ ।

hiranchal ad1
Leave A Reply

Your email address will not be published.

nine + seventeen =