ପାଟଣାଗଡ,୨/୧୦- ବରିଷ୍ଠ କାର୍ଯ୍ୟରତ ସାମ୍ବାଦିକ ସତ୍ୟସୁନ୍ଦର ଭଞ୍ଜଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦାକରି ଘଟଣାରେ ସଂପୃକ୍ତଥିବା ଅଭିଯୁକ୍ତ ମାନଙ୍କୁ ଗିରଫକରି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସମ୍ମିଳିତ ଏକ ଦାବିପତ୍ର ପାଟଣାଗଡ଼ ଯୁବ ସାମ୍ବାଦିକ ସଂଘ ପକ୍ଷରୁ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ଭୁବନେଶ୍ୱର ଉଦ୍ଦେଶ୍ୟରେ ପାଟଣାଗଡ ଏସ୍ଡିପିଓ ଜ୍ୟୋତିର୍ମୟ ଭୁକ୍ତାଙ୍କ ଜରିଆରେ ପାଟଣାଗଡ ଯୁବ ସାମ୍ବାଦିକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ସଂଘର କାର୍ଯ୍ୟଳୟ ଠାରୁ ସଭାପତି କରୁଣାକର ବୁଡେକଙ୍କ ନେତୃତ୍ୱରେ ବାହାରି ପାଟଣାଗଡ ପୋଲିସ ଆରକ୍ଷୀ ଅଧିକାରୀ କାର୍ଯ୍ୟ ।ଳୟକୁ ପହଞ୍ଚି ଦାବିପତ୍ର ପ୍ରଦାନ କରିଥିଲେ । ଏଥିରେ ସମ୍ପାଦକ ବିମଳ ବାଗ, କୋଷାଧ୍ୟକ୍ଷ ଘନ ଭୋଇ, ଉପ ସଭାପତି ଗୋରେଖନାଥ ବରିହା, ଉପଦେଷ୍ଟା ଜଗଦିଶ ଭୋଇ, ସଦସ୍ୟ ଲାବଣ ପୁରୋହିତ, ଲଳିତ ମଲ୍ଲିକ, ପ୍ରତ୍ୟୁଷ ରଞ୍ଜ ଖମାରି, ଶେଷଦେବ ସିଂ ନାଏକ ଦୁର୍ଯ୍ୟୋଧନ ବର୍ଗେ, ଚନ୍ଦ୍ରଶେଖର ବରିହା, ସନ୍ନ୍ୟାସୀ ନାଏକ୍, ସୁଦାମ ବୁଡେକ ପ୍ରମୁଖ ଉପସ୍ଥିତ ଥିଲେ ।