ସୁବର୍ଣ୍ଣପୁର, ୩/୧୦- ନାଳସାର ଆଦେଶକ୍ରମେ ତଥା ଜିଲ୍ଲା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ଅରୁଣ କୁମାର ମଲ୍ଲିକଙ୍କ ନିର୍ଦ୍ଦେର୍ଶକ୍ରମେ ଏକ ଆଇନ ସଚେତନତା ରାଲି ସୁବର୍ଣ୍ଣପୁର ଜିଲ୍ଲା କୋର୍ଟ ଠାରୁ ଆରମ୍ଭ ହୋଇଯାଇଛି । ଆଜାଦି କା ଅମୃତ ମହୋତ୍ସବର ଏକ କାର୍ଯ୍ୟକ୍ରମ ଭାବରେ ଉକ୍ତ ରାଲି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରାଲିରେ ସମସ୍ତ ଜୁଡ଼ିସିଆଲ ଅଧିକାରୀ, ପି ଏଲ ଭି , ପାନେଲ ଲୟର ତଥା ସାଧାରଣ ଜନତା ଅଂଶଗ୍ରହଣ କରିଥିଲେ । ଜାତୀୟ ପିତା ମହାତ୍ମାଗାନ୍ଧୀ ôଙ୍କ ଜନ୍ମ ତିଥିରେ ଅହିଂସା ପରମ ଧର୍ମକୁ ସାଥିରେ ନେଇ କିଭଳି ଗରିବ ଶ୍ରେଣୀର ଲୋକଙ୍କୁ ବିନା ମୂଲ୍ୟରେ ଆଇନ ସହାୟତା ମିଳିବ, ସେହି ପରିପ୍ରେକ୍ଷୀରେ ପ୍ଲା କାର୍ଡ ପ୍ରଦର୍ଶିତ କରାଯାଇଥିଲା ।