ସୋନପୁର ବନବିଭାଗର ଚଢ଼ାଉ, ୮୧ଖଣ୍ଡ ଶାଳକାଠ ସହ ପିକଅପ୍‌ ଜବତ

0 199

ସୁବର୍ଣ୍ଣପୁର,୪/୧୦- ସୁବର୍ଣ୍ଣପୁର ଜିଲ୍ଲା ସଦର ବନଖଣ୍ଡ ପକ୍ଷରୁ ଚଢାଉ କରାଯାଇ ମୂଲ୍ୟବାନ ୮୧ ଖଣ୍ଡ ଶାଳ କାଠ ଜବତ କରାଯାଇ ଏକ ପିକଅପ୍‌ ଭେନ ମଧ୍ୟ ଜବତ କରାଯାଇଛି । ରେଞ୍ଜର ମନରଂଜନ ବାଘାଙ୍କ ନେତୃତ୍ୱରେ ବନବିଭାଗ କର୍ମଚାରୀମାନେ ସହରର ପଟାଭାଡି କେନ୍ଦ୍ରୀୟ ନର୍ସରୀ ପାଖରେ ଚଢାଉ କରିଥିଲେ । ବରଗଡ ଜିଲ୍ଲା ବାଦିପାଲି ଗାଁର ଉପେନ୍ଦ୍ର ମେହେର ଓ ବିନିକା ବ୍ଳକ ଭଣ୍ଡାର ଗାଁର ରଘୁନାଥ ବଢେଇ ଏହି ମୂଲ୍ୟବାନ କାଠ ଚୋରା ଚାଲାଣ କରୁଥିବା ସମୟରେ ଏହି ଚଢାଉ କରାଯାଇଥିଲା । ବନ ବିଭାଗ କାଠ ବୋଝେଇ ସହିତ ଉଭୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ତେବେ ଏହି କାଠ କେଉଁଠୁ ଆସୁଥିଲା ଓ କୁଆଡେ ଯାଇଥାନ୍ତା ଏ ସଂପର୍କରେ ଅଭିଯୁକ୍ତମାନଙ୍କୁ ବନବିଭାଗ କର୍ମଚାରୀମାନେ ପଚରାଉଚୁରା କରୁଛନ୍ତି । ତେବେ ଗତ ଜାନୁଆରୀ ମାସରୁ କାଠ ଚୋରୀ ସଂପର୍କରେ କେବଳ ଏହି ଗୋଟିଏ କେଶ କରାଯାଇପାରିଛି ତେବେ ରେଂଜ କର୍ମଚାରୀ ଏହି ଚୋରୀ ସଂପର୍କରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

three × one =