ଜହ୍ନ ।ପଙ୍କ,୪/୧୦ : ବୌଦ୍ଧବ୍ଲକ ତେଲିବନ୍ଧ ପଞ୍ଚାୟତ ଅନ୍ତର୍ଗତ ପୋଡାବଳସ ଖେଳ ପଡିଆ ଦୀର୍ଘଦିନ ହେଲା ଅବହେଳିତ ହୋଇ ପଡିଛି । ଫଳରେ ଏହି ପଡିଆରେ ଖେଳ ଅଭ୍ୟାସ କରୁଥିବା ପୋଡାବଳସ ଓ ଜହ୍ନ ।ପଙ୍କ କ୍ରୀଡ଼ା ପ୍ରେମୀମାନେ ଅଭ୍ୟାସରୁ ବଞ୍ଚିତ ହେଉଥିବାରୁ ଆଜି ଆଞ୍ଚଳିକ ସଚେତନ ଯୁବ ସମାଜ ପକ୍ଷରୁ ତେଲିବନ୍ଧ ସରପଞ୍ଚ ଶ୍ରୀମତୀ ନଳିନୀ ପଲିଆଙ୍କୁ ପଡ଼ିଆର ଉନ୍ନତିକରଣ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବିପତ୍ର ପ୍ରଦାନ ବେଳେ ସ୍ୱେଚ୍ଛାସେବୀ ସୁଜିତ ପ୍ରଧାନ, ସୁଧାଂଶୁ ଶେଖର ମିଶ୍ର, ସ୍ୱାଧୀନ କୁମାର ପ୍ରଧାନ ଓ ପ୍ରକାଶ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।