ସୋଲାର ପାନୀୟଜଳ ପ୍ରକଳ୍ପ ପାଇଁ ସରପଞ୍ଚଙ୍କୁ ଦାବିପତ୍ର

0 285

ଜହ୍ନ ।ପଙ୍କ,୦୬/୧୦ : ବୌଦ୍ଧ ବ୍ଲକ ଖୁଂଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନ ।ପଙ୍କସ୍ଥିତ ଗନ୍ଧରାଡ଼ି ମହାବିଦ୍ୟାଳୟରେ ପାନୀୟ ଜଳର ଘୋର ଅଭାବ ଯୋଗୁଁ ଆଜି ଆଞ୍ଚଳିକ ସଚେତନ ଯୁବ ସମାଜ ପକ୍ଷରୁ ମହାବିଦ୍ୟାଳୟରେ ଏକ ସୋଲାର ପାନୀୟ ଜଳ ପ୍ରକଳ୍ପ ପାଇଁ ଖୁଂଟବନ୍ଧ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ମିତ୍ରଭାନୁ ପ୍ରଧାନଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ ମହାବିଦ୍ୟାଳୟରେ ଆଖପାଖ ୭ ଟି ପଞ୍ଚାୟତର ପ୍ରାୟ ୫୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ଏମାନଙ୍କ ପାଇଁ କେବଳ ଗୋଟିଏ ନଳକୂପ ଅଛି । ଯାହାଫଳରେ ପାନୀୟଜଳ ପାଇଁ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏନେଇ ଗତ ଜୁଲାଇ ୧୦ ତାରିଖରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଆଜି ପୁନର୍ବାର ଆଉଥରେ ଦାବିପତ୍ର ଦିଆଯାଇଛି । ଦାବିପତ୍ର ପ୍ରଦାନ ସମୟରେ ସ୍ୱେଚ୍ଛାସେବୀ ସୁରମଣି ମିଶ୍ର, ସୁଧାଂଶୁ ଶେଖର ମିଶ୍ର, ସ୍ୱାଧୀନ କୁମାର ପ୍ରଧାନ, ପ୍ରକାଶ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

twenty − seven =