ଦାବୀ ପୂରଣ ନେଇ ଏଫ ସି ଆଇ ଶ୍ରମିକ ସଂଗଠନର ଅନିର୍ଦ୍ଦିଷ୍ଟ କାଳଯାଏଁ କାମ ବନ୍ଦ ଡାକରା

0 152

ଫୁଲବାଣୀ, ୬/୧୦- ବିଭିନ୍ନ ଦାବୀ ପୂରଣ ନେଇ ଫୁଲବାଣୀ ଏଫସିଆଇର ଶ୍ରମିକ ସଂଗଠନ ପକ୍ଷରୁ ଏଫସିଆଇ ସମ୍ମୁଖରେ ଧାରଣା ଦିଆଯାଇଛି । ଏହି ଶ୍ରମିକମାନେ ବିଭିନ୍ନ ବ୍ଲକ ଓ ପଂଚାୟତ ଆଦିକୁ ଏଠାରୁ ଯାଉଥିବା ଚାଉଳ ସବୁ ଲୋଡିଙ୍ଗ ଆଉ ଅନ ଲୋଡିଙ୍ଗ କରି ଦୁଇ ପଇସା ରୋଜ଼ଗାର କରିଥାନ୍ତି । ଏଥିରେ ସେମାନଙ୍କ ପରିବାର ଚଳେ । ଏହି ଶ୍ରମିକମାନେ ବର୍ତମାନ ଜ଼ିଲ୍ଲାର ୮ ଗୋଟି ବ୍ଲକର ଚାଉଳ ଲୋଡିଙ୍ଗ କରୁଥିଲେ । ଏବେ କୁଆଡେ ଦୁଇଟା ବ୍ଲକକୁ କ. ନୂଆଗାଁ ଗୋଦାମ ଅଧୀନକୁ ନେଇଯିବା ଫଳରେ ସେମାନଙ୍କ ଜୀବିକା ବିପନ୍ନ ହୋଇପଡିଥିବା ସଂଗଠନ ସଭାପତି କେଶବ ଚନ୍ଦ୍ର ଡିଗାଲ ଓ ସମ୍ପାଦକ ଦଶରଥ ସାହୁ କହିଛନ୍ତି । ଏହି ଦୁଇ ବ୍ଲକ ଏଠାରୁ ନ ନେବାକୁ ଦାବୀ କରି ଗତ ସୋମବାର ଠାରୁ ସଂଗଠନ ପକ୍ଷରୁ ଧାରଣା ଦିଆଯାଇଛି । ପୂର୍ବଅବସ୍ଥାକୁ ଫେରାଇ ନ ଆଣିବା ଯାଏ ଏହି ଧାରଣା ଚାଲୁରହିବ ବୋଲି ସମ୍ପାଦକ ସାହୁ ସୂଚନା ଦେଇଛନ୍ତି । ଏଣୁ ଯୋଗାଣ ବିଭାଗ କର୍ତ୍ତୃୃପକ୍ଷ ଏହାର ପୁନଃବିଚାର କରିବାକୁ ଦାବୀ କରିଛି ସଂଗଠନ । ନହେଲେ ଆଗାମୀ ଦିନରେ ନଖାଇ ନପିଇ ଆମ ମାନଙ୍କ ସହ ଆମ ପରିବାର ସହ ଏଇଠାରେ ବସି ରହିବୁ ବୋଲି ସଙ୍ଘର ସଦସ୍ୟ ମାନେ ଗଣମାଧ୍ୟମକୁ କହିଛନ୍ତି । ଫୁଲବାଣୀ ଟାଉନ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ଓ ଏସ ଡିପିଓ ମହେନ୍ଦ୍ର ନାଥ ମୁର୍ମୁ ଶ୍ରମିକ ମାନଙ୍କ ପାଖରେ ପହଞ୍ଚି ବୁଝା ସୁଝା କରିଥଲେ ହେଲେ ଶ୍ରମିକ ମାନେ ବୁଝିବାକୁ ନାରାଜ ।

hiranchal ad1
Leave A Reply

Your email address will not be published.

3 × 4 =