ବିିଶ୍ୱ ତାଇକଣ୍ଡୋ ପ୍ରତିଯୋଗିତାରେ ଏହେସାସଙ୍କୁ ବ୍ରୋଞ୍ଜ ପଦକ : ସୁବର୍ଣ୍ଣପୁର ଜିଲ୍ଲା ସାରା ଖୁସିର ଲହରୀ

0 131

ସୁବର୍ଣ୍ଣପୁର,୬/୧୦- ବିଦେଶ ମାଟିରେ କମାଲ ଦେଖାଇଲେ ଓଡିଆ ପୁଅ । ଜି-୧ ଓପନ ଆନ୍ତର୍ଜାତୀୟ ତାଇକୋଣ୍ଡୋ ଚମ୍ପିଆନସିପରେ ବ୍ରୋଞ୍ଜ ପଦକ ହାତେଇଛନ୍ତି ସୁବର୍ଣ୍ଣପୁର ମାଟିର ସୁନାପୁଅ ଏହେସାସ ହୋତା । ୟୁରୋପ ଆଲବାନିଆଁର ତାରାନାରେ ଗତ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଜି-୧ ଓପନ ଇଂଟରନେସନାଲ ଚମ୍ପିଆନସିପରେ ଭାରତର ୨୦ ଜଣିଆ ଟିମ ସହ ଯୋଗଦେଇଥିଲେ ସୁବର୍ଣ୍ଣପୁର ଜିଲ୍ଲାର ଏହେସାସ୍‌ ହୋତା । ସେଠାରେ ଭାରତୀୟ ଦଳ ଗୋଟିଏ ମାତ୍ର ବ୍ରୋଞ୍ଜପଦକରେ ସନ୍ତୁଷ୍ଟ ହୋଇଥିଲେ ହେଁ ି ତାହା ଯାଇଥିଲା ଏହେସାସ୍‌ଙ୍କ ଖାତାକୁ । ସେ ପ୍ରଥମ ରାଉଣ୍ଡ ଗ୍ରୀସ, ଦ୍ୱିତୀୟ ରାଉଣ୍ଡ ସାଇପ୍ରସ ଦେଶର ଖେଳାଳୀଙ୍କୁ ମାତ୍‌ ଦେଇଥିବାବେଳେ ତୃତୀୟ ରାଉଣ୍ଡରେ ଇଟାଲିର ନିକୋଲାସ ଲେଗେରିସଙ୍କ ଠାରୁ ପରାଜୟ ବରଣ କରିବା ସହ ବ୍ରୋଞ୍ଜ ପଦକ ଜିଣିଥିଲେ । ଏହେସାସ୍‌ ଏକମାତ୍ର ଭାରତୀୟ ଖେଳାଳି ହିସାବରେ ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତ ପାଇଁ ମେଡାଲ ଜିଣି ସମଗ୍ର ଭାରତବର୍ଷ ପାଇଁ ଗୌରବ ଆଣିଛନ୍ତି । ଏହା ପୂର୍ବରୁ ଏହେସାସ ୨ଟି ଆନ୍ତର୍ଜାତୀୟ,୨ ଟି ଓପନ ବିଶ୍ୱ ଚମ୍ପିଆନସିପ,୨ଟି ସର୍ବଭାରତୀୟ ବିଶ୍ୱ ବିଦ୍ୟାଳୟ ତାଇକଣ୍ଡୋ ସହ ଅନେକ ଜାତୀୟ ପ୍ରତିଯୋଗିତାରେ ଭାଗନେଇ ମେଡାଲ ଜିଣିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅମୂଲ୍ୟମଣୀ ରାଣୀପୁର ଗାଁର ଏହେସାସ ଏବେ ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଂଘର ସଂପାଦକ ଅଛନ୍ତି । ଏହେସାସଙ୍କ ଏହି ସଫଳତା ପରେ ଓଡିଶା ତାଇକଣ୍ଡୋ ସଂଘର ସଂପାଦକ ମନମୋହନ ଭଂଜ ଏବଂ ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଂଘର ସଭାପତି ରବୀନ୍ଦ୍ର ହୋତା ଶୁଭେଚ୍ଛ।। ଜଣାଇଛନ୍ତି । ଏହେସାସ ବୁଧବାର ଜନ୍ମମାଟି ବୀରମହାରାଜପୁରକୁ ଫେରିବା ପରେ ବିଭିନ୍ନ ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ତାଇକଣ୍ଡୋ ସଂଘର ସଂପାଦକ ମନମୋହନ ଭଞ୍ଜ ଏବଂ ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଂଘର ସଭାପତି ରବୀନ୍ଦ୍ର ହୋତା ଶୁଭେଚ୍ଛା ଜଣାଇ ଆଗାମୀ ଦିନରେ ସେ ଆହୁରି ଭଲ ପ୍ରଦର୍ଶନ କରି ସମଗ୍ର ଭାରତପାଇଁ ସ୍ୱର୍ଣ୍ଣପଦକ ଜିଣି ଦେଶର ନାମକୁ ଉଚ୍ଚରେ ରଖିବାପାଇଁ ଆଶାପ୍ରକଟ କରିଛନ୍ତି । ଏହେସାସ୍‌ ବୁଧବାର ଜନ୍ମମାଟି ବୀରମହାରାଜପୁରକୁ ଫେରିବା ପରେ ବିଭିନ୍ନ ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

hiranchal ad1
Leave A Reply

Your email address will not be published.

20 + 3 =